ଅନଲାଇନ ସ୍ତରୀୟ ସଚେତନତା ଶିବିର

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ କଟକ ଓ ଜିଲ୍ଲା ଜଜ୍ ତଥା ପ୍ରାଧିକରଣ ଅଧ୍ୟକ୍ଷ ସତ୍ୟପ୍ରିର ମିଶ୍ରଙ୍କ ନିର୍ଦ୍ଦେଶକ୍ରମେ ଗଜପତି ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ଏକ ଅନଲାଇନ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ହେମନ୍ତ କୁମାର ସେଠୀ, ମୁଖ୍ୟ ବିଚାର ବିଭାଗୀୟ ଅଧିକାରୀ ମାନସ କୁମାର ପଣ୍ଡା, ବରିଷ୍ଠ ଦେୱାନୀ ଅଧିକାରୀ ଦିପଙ୍କର ପଟ୍ଟନାୟକ, ପ୍ରାଧିକରଣ ସଚିବ ରବି ନାରାୟଣ ବେହେରା, ସିଭିଲ କୋର୍ଟ ରେଜିଷ୍ଟ୍ରାର ସତ୍ୟବ୍ରତ ରାଣା, ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଧିକାରିଣୀ ଶୁଭଲକ୍ଷ୍ମୀ ପ୍ରିୟଦର୍ଶନୀ ପ୍ରମୁଖ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଜିଲ୍ଲା ଜଜ୍ ଯୋଗଦେଇ ମୋଟର ଦୁର୍ଘଟଣା ଜନିତ ଆବେଦନ ଆଇନ ବିଷୟରେ ପୁଙ୍ଖାନୁପୁଙ୍ଖ ଭାବେ ବୁଝାଇଥିଲେ । ଅନ୍ୟପକ୍ଷରେ ମୁଖ୍ୟ ବିଚାରବିଭାଗୀୟ ଅଧିକାରୀ ସଡକ ସୁରକ୍ଷା ଓ ଯାନବାହାନ ଚଳାଚଳ ଅ।।ଇନ ବିଷୟରେ ସଚେତନତା କରାଇଥିଲେ ଏବଂ ବରିଷ୍ଠ ଦେୱା ନୀ ଅଧିକାରୀ ଯୋଗଦେଇ ମଦ୍ୟପାନ ଓ ମୋବାଇଲ ଧରି ଯାନବାହାନ ନ ଚଳାଇବା, ହେଲମେଟ ପିନ୍ଧି ଗାଡି ଚଳାଇବା ଏବଂ ଟ୍ରାଫିକ ନିୟମ ମାନି ଗାଡି ଚଳାଇବାକୁ ପଡିବ ବୋଲି ସଚେତନତା କରାଇଥିଲେ । ପରିଶେଷରେ ପ୍ରାଧିକରଣର ସଚିବ ଶ୍ରୀ ବେହେରା ମାଗଣା ଆଇନ ସେବା ବିଷୟରେ ବିସ୍ତୃତ ଭାବରେ ବୁଝାଇଥିଲେ ଏବଂ ଦୁର୍ଘଟଣା ସମୟରେ ପୁଲିସର ଦାୟିତ୍ୱ ଏବଂ କର୍ତ୍ତବ୍ୟ ତଥା ଭୂମିକା ବହୁତ ଗୁରୁତ୍ୱପୂର୍ଣ୍ଣ ବୋଲି ନିଜ ମତରେ ବ୍ୟକ୍ତ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଜିଲ୍ଲାର ପୋଲିସ ଅଧିକାରୀ, ଆଇନଜୀବୀ ଏହି କାର୍ଯ୍ୟକ୍ରମରେ ଯେIଗ ଦେଇଥିବା ବେଳେ ପ୍ରାଧିକରଣର କର୍ମଚାରୀମାନେ ପରିଚାଳନା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ