ଅଭିଯୋଗ ଶୁଣିଲା କେନ୍ଦ୍ର ମନ୍ତ୍ରଣାଳୟ

ହାଟଡ଼ିହି, (ଯୁଗାବ୍ଦ ନ୍ୟୁଜ୍‌) : ବଞ୍ଚୋ ଗ୍ରାମ ପଞ୍ଚାୟତରେ ଟେଲି ଯୋଗଯୋଗ ବା ମୋବାଇଲ ସେବାର ଅଭାବ ବିଷୟରେ ଭୁତତ୍ୱବିଦ ସୁଶାନ୍ତ କୁମାର ବିଶ୍ୱାଳ କେନ୍ଦ୍ର ଟେଲି ଯୋଗଯୋଗ ମନ୍ତ୍ରୀ ରବିପ୍ରସାଦ ଶଙ୍କରଙ୍କୁ ଇମେଲ ଓ ଓୁଇଟର ମାଧ୍ୟମରେ ଅବଗତ କରିବାପରେ କେନ୍ଦ୍ର ମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ସହକାରୀ ନିର୍ଦ୍ଦେଶକ ବୁଦ୍ଧିରାମ ବାଙ୍କିରାଙ୍କ ନେତୃତ୍ୱରେ ଏକ ଟିମ ବଞ୍ଚୋ ଗ୍ରାମକୁ ଆସି ସର୍ଭେ କରିଛନ୍ତି । ବଞ୍ଚୋ ଗ୍ରାମପଞ୍ଚାୟତର ସରପଞ୍ଚଙ୍କ ପ୍ରତିନିଧି ଶଶାଙ୍କ ଶେଖର ପୁହାଣ, ଜ୍ଞାନ ରଞ୍ଜନ ସାମନ୍ତ ସିଂହାର ଏହି ଟିମକୁ ମୋବାଇଲ ବ୍ୟବହାରରେ ଲୋକମାନେ ଭୋଗୁଥିବା ସମସ୍ୟା ସମ୍ପର୍କରେ ବିସ୍ତୃତ ଭାବେ ବୁଝାଇଥିଲେ । ସମଗ୍ର ପଞ୍ଚାୟତରେ ମୋବାଇଲ ସେବା ଉପଲବ୍ଧ ହେଉ ନଥିବା ଅଧିକାରୀ ମାନଙ୍କୁ ଜଣାଇଥିଲେ । ସୁଶାନ୍ତ କୁମାର ବିଶ୍ୱାଳ, ସୁଚିତ୍ରାନନ୍ଦ ବରାଳ, ଅମିୟ ନାୟକ, ବାବୁଲା ମହାନ୍ତି ପ୍ରମୁଖ ଉକ୍ତ ଟିମକୁ ସର୍ଭେ ସମୟରେ ସହଯୋଗ କରିଥିଲେ । ସର୍ଭେପରେ ଗ୍ରାମରେ ଦୁର୍ବଲ ମୋବାଇଲ ସେବା ରହିଥିବା ଅଧିକାରୀମାନେ ସ୍ୱିକାର କରିବା ସହ ଏକ ମିଳିତ ସର୍ଭେ ରିପୋର୍ଟ ପଞ୍ଚାୟତ ତରଫରୁ ଗ୍ରହଣ କରିଥିଲେ । ସୁଶାନ୍ତଙ୍କ ଏହି ଅଭିଯୋଗକୁ ମନ୍ତ୍ରଣାଳୟ ଗୁରୁତ୍ୱ ଦେଇଛି ଓ ଅଳ୍ପଦିନ ମଧ୍ୟରେ ଏହାର ସମାଧାନ ହୋଇଯିବ ବୋଲି ମତବ୍ୟକ୍ତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ