ପୂର୍ବତନ ସାଂସଦ ପ୍ରତିନିଧିଙ୍କ ମାରଥାନ ପ୍ରଚାର
ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକର ଚାରଟି ପଞ୍ଚାୟତରେ ପୁର୍ବତନ ସାଂସଦ ପ୍ରତିନିଧି ତଥା ବିଜେଡି ନେତା ଲକ୍ଷ୍ମୀ ଚରଣ ପାଢ଼ୀ ବିଜେଡି ସମର୍ଥିତ ସରପଞ୍ଚ ଓ ସମିତି ସଭ୍ୟ ପାର୍ଥିଙ୍କ ପାଇଁ ମାରଥାନ ପ୍ରଚାର କରିଛନ୍ତି । ଏହି ବ୍ଲକର ସନ୍ତୋଷପୁର, ପୋଇରାଶି, ୟୁଡିଏସପୁର, ପାଲଙ୍ଗ ପଞ୍ଚାୟତରେ ବିଜେଡି ସମର୍ଥିତ ପାର୍ଥିଙ୍କ ପାଇଁ ଭୋଟ ମାଗିଥିଲେ । ଏହି ପ୍ରଚରରେ ସରପଞ୍ଚ ପାର୍ଥି ନନ୍ଦିନୀ ତ୍ରିପାଠୀ, ସମିତି ସଭ୍ୟ ପାର୍ଥି ହରପ୍ରିୟା ରେଡ୍ଡୀ, ଏବଂ କୃଷ୍ଣ ବେହେରା, ରଘୁନାଥ ରେଡ୍ଡୀ, ଅନାଥ ପ୍ରଧାନ ପ୍ରମୁଖ ସାମିଲ ଥିଲେ
I


