ସମିତି ସଭ୍ୟା ଦମ୍ପତି ଙ୍କୁ ଅପହରଣ ଘଟଣା : ଗ୍ରାମରେ ଶୋଭାଯାତ୍ରା ଓ ବିକ୍ଷୋଭ

ଗଂଜାମ, (ବିନୋଦ ପଲାଇ) :-ଗଂଜାମ ବ୍ଲକ ସୁବଳୟା ପଞ୍ଚାୟତର ନିର୍ଦ୍ୱନ୍ଦ ସମିତି ସଭ୍ୟା ମାମି ଦାସ ଓ ତାଙ୍କ ସ୍ୱାମୀ ଅପହରଣ ଘଟଣା ଆଜି ନାଟକୀୟ ମୋଡ଼ ନେଇଛି । ସମିତି ସଭ୍ୟଙ୍କୁ ଅପହରଣ ଘଟଣାରେ ଗଞ୍ଜାମ ବ୍ଲକ ଅଧ୍ୟକ୍ଷଙ୍କ ସଂପୃକ୍ତି ଅଭିଯୋଗ ରେ ଆଜି ସୁବଳୟାପଞ୍ଚାୟତର ବାସିନ୍ଦା ମାନେ ବ୍ଳକ ଅଧ୍ୟକ୍ଷଙ୍କ ଗ୍ରାମ କରପଡା ଗ୍ରାମ ଓ ପଞ୍ଚାୟତର ଶତାଧିକ ମହିଳା ଓ ପୁରୁଷ ଏକ ଶୋଭାଯାତ୍ରାରେ ପରିକ୍ରମା କରି ବ୍ଳକ ଅଧ୍ୟକ୍ଷ ଏପରି କାର୍ଯ୍ୟକୁ ନିନ୍ଦା କରିବା ସହ ସମିତି ସଭ୍ୟ ମାମି ଦାସଙ୍କୁ ଫେରାଇ ଦେବାକୁ କହି , କହି ବୁଲିଥିଲେ । ଏପରିକି ସମିତି ସଭ୍ୟଙ୍କ ଶାଶୁ ଇନ୍ଦୁ ଦାସ ଓ ଦିଅର ଏହି ଶୋଭାଯାତ୍ରାରେ ସାମିଲ ହେବା ଓ ତାଙ୍କର ବୋହୁ ଓ ପୁଅକୁ ଫେରାର ଦେବା ପାଇଁ ଆକୁଳ ଆବେଦନ କରିବା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଥିଲା । ପରେ ଗଂଜାମ ବ୍ଳକ ସମ୍ମୁଖରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେ।  ପରିସ୍ଥିତିକୁ ଦେଖି ଗଂଜାମ ଆଇଆଇସି ଶୁଭେନ୍ଦୁ କୁମାର ସାହୁ ଓ ରମ୍ଭା ଆଈଆଇସି ଦୀପ୍ତିରଞ୍ଜନ ବେହେରା ପୋଲିସ ଫୋର୍ସ ଉକ୍ତ ଗ୍ରାମରେ ଉପସ୍ଥିତି ଥିଲେ । ଏହି ଶୋଭାଯାତ୍ରା ଓ ବିକ୍ଷୋଭ ପ୍ରଦର୍ଶନ ରେ ନିର୍ଦ୍ୱନ୍ଦ ସରପଞ୍ଚ ସସ୍ମିତା ବେହେରା , ବିଜୟ ବିଶ୍ୱାଳ, କେଦାର ସ୍ୱାଇଁ, ପୁର୍ବତନ ଜିଲ୍ଲାପରିଷଦ ସଭ୍ୟ କୀର୍ତ୍ତନ ଦାସ, ପ୍ରଶାନ୍ତ ସ୍ୱାଇଁ, ଶିଵ ସ୍ୱାଇଁ, ଦୟନିଧି ପ୍ରଧାନ,ଆର୍ତ୍ତ ପଲେଇ, ବୈରାଗି ଦାସ, ସାନ୍ତୁନ ଦାସ, ରାଜୀବ ପ୍ରଧାନ, ମୁରଲୀ ପ୍ରଧାନ, ଉଲ୍ଲାସ ସ୍ୱାଇଁ, ନବ ସ୍ୱାଇଁ, ନିରଦାସ ପ୍ରମୁଖଙ୍କ ସମେତ ଶହ ଶହ ମହିଳା ଓ ପୁରୁଷ ସାମଲ ହୋଇଥିଲେ । ସୂଚନାଯୋଗ୍ୟ, ସମିତି ସଭ୍ୟ ମାମିଦାସଙ୍କ ଶାଶୁ ଇନ୍ଦୁଦାସ ତାଙ୍କ ବୋହୂ ଓ ପୁଅକୁ ଗଂଜାମ ବ୍ଳକ ଅଧ୍ୟକ୍ଷ ଅପହରଣ କରିବା ନେଇ ରମ୍ଭା ଥାନାରେ ଅଭିଯୋଗ କରିବା, ପରବର୍ତ୍ତୀ ସମୟରେ ବ୍ଲକ ଅଧ୍ୟକ୍ଷଙ୍କୁ ପୋଲିସ ପଚରାଉଚରା କରିବା, ଅଧ୍ୟକ୍ଷ ସମିତି ସଭ୍ୟଙ୍କୁ ଚାରିଘଣ୍ଟା ମଧ୍ୟରେ ହସ୍ତାନ୍ତର କରିବା ନେଇ ରମ୍ଭା ଆଇଆଇସି ସୁଚନା ଦେବା ଅନ୍ୟପଟେ ଅପହୃତ ଅଭିଯୋଗ ସମିତି ସଭ୍ୟ ସେ ଭଲରେ ଥିବା କେହି ଅପହରଣ କରିନଥିବା ନେଇ ଭିଡିଓ ଭାଇରାଲ କରିବା, ଏବଂ ରାଜନୈତିକ ଅକ୍ରସମୂଳ ଭାବେ ହାରାସ କରାଯିବା ନେଇ ବ୍ଲକ ଅଧ୍ୟକ୍ଷ କହିବା, ଏହାର ପ୍ରତିବାଦରେ ସୁବାଳୟା ପଞ୍ଚାୟତ ବାସି ଏକାଠି ହେବା ଓ ଆଜି ଶୋଭାଯାତ୍ରା ବାହାର କରିବା ଘଟଣା ଦିନକୁ ଦିନ ରୋଚକ ମୋଡ଼କୁ ଯାଉଥିବା ବେଳେ, କୋୖଣସି ଫିଲ୍ମ କାହାଣୀ ଠାରୁ କମ ନଥିବା ଦେଖାଯାଉଛି । ଏହିଭଳି କ୍ଷେତ୍ରରେ ପ୍ରଶାସନ ଘଟଣାକୁ ଗୁରୁତ୍ୱ ସହ ଯଦି ନନିୟ ତେବେ ଦୁଇଟି ପଞ୍ଚାୟତ ମଧ୍ୟରେ ଆଗାମୀ ଦିନରେ ଗୋଷ୍ଠି ସଂଘର୍ଷ ହେବା ସମ୍ଭାବନାକୁ ଏଡ଼ାଇ ହେବନି । ଗୋଷ୍ଠି ସଂଘର୍ଷ ହେବା ସମ୍ଭାବନାକୁ ଏଡ଼ାଇ ହେବନି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ