ରଶି ଲଗାଇ ଯୁବକଙ୍କ ଆତ୍ମହତ୍ୟା
ହିଞ୍ଜିଳିକାଟୁ, (ଶେଷଦେବ ସାହୁ) :-ହିଞ୍ଜିଳି ଥାନା ବାଦିଆମ୍ବଗାଁରେ ବୁଧବାର ଅପରାହ୍ନ୍ରେ ଏକ ଅଭାବନୀୟ ଘଟଣା ଘଟିଛି । ମା’ର ସାମାନ୍ୟ କଥାକୁ ସହ୍ୟ କରିନପାରି ଜଣେ ଯୁବକ ବେକରେ ରଶି ଲଗାଇ ଆତ୍ମହତ୍ୟା କରିଛି । ମୃତକ ଜଣକ ସଂପୃକ୍ତ ଗ୍ରାମର ରିଶିକେଶନ ସାହୁ (୨୧) । ମିଳିଥିବା ସୂଚନା ପ୍ରକାରେ ରିଶିକେଶନ ଗତ ୨ ମାସ ପୂର୍ବେ ବେଙ୍ଗାଲୁରରୁ ଗ୍ରାମକୁ ଫେରିଥିଲେ । ବୁଧବାର ଯୁବକଙ୍କ ମା’ ପୁଅକୁ ଘରେ ବସିନରହି କିଛି ରୋଜଗାର କରିବା ପାଇଁ କହିଥିଲେ । ମାର ସାମାନ୍ୟ କଥାକୁ ସହ୍ୟ କରିନପାରି ଯୁବକ ଜଣଙ୍କ ଘରର ପଙ୍ଖାରେ ରଶି ଲଗାଇ ଆତ୍ମହତ୍ୟା କରିଥିଲେ । ପରିବାର ଲୋକେ ଯୁବକଙ୍କୁ ଉଦ୍ଧାର କରି ଚିକିତ୍ସା ପାଇଁ ହିଞ୍ଜିଳିକାଟୁ ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ । ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଖବର ପାଇ ହିଞ୍ଜିଳି ପୋଲିସ ଡାକ୍ତରଖାନାରେ ପହଞ୍ଚି ମୃତଦେହକୁ ଜବତ କରିଛି । ଏନେଇ ହିଞ୍ଜିଳି ଥାନାରେ ନଂ- ୪/୨୨ରେ ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ସକାଶେ ବ୍ରହ୍ମପୁର ବଡ ଡାକ୍ତରଖାନାକୁ ପଠାଇଥିବା ଥାନା ସୂତ୍ରରୁ ପ୍ରକାଶ ।