ଦାରିଙ୍ଗବାଡି ବ୍ଲକରେ ପଞ୍ଚମ ପର୍ଯ୍ୟାୟ ନିର୍ବାଚନ

ବାଲିଗୁଡା, (ସଞ୍ଜୟ କୁମାର ପାଣିଗ୍ରାହୀ) :-ଗୁରୁବାର ପଞ୍ଚମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ଏହି ପର୍ଯ୍ୟାୟରେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକର ଦୁଇ ଜିଲ୍ଲାପରିଷଦ ଜୋନ୍‌ ରେ ମତଦାନ ହେବ। ଏଥିପାଇଁ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି ଶେଷ ହୋଇଛି । ଅବାଧ, ନିରପେକ୍ଷ ଓ ଶାନ୍ତିପୂର୍ଣ୍ଣ ଭୋଟ ଗ୍ରହଣ ନେଇ ପ୍ରଶାସନ ପକ୍ଷରୁ ସମସ୍ତ ବ୍ୟବସ୍ଥା ଗ୍ରହଣ କରାଯାଇଛି । ଗୁରୁବାର ଦାରିଙ୍ଗବାଡ଼ି ବ୍ଲକର ୩୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ। ବ୍ଳକରେ ସମସ୍ତ ୨୫ ଟି ପଞ୍ଚାୟତ ରେ ୩୪୭ ଟି ବୁଥ୍‌ରେ ମୋଟ ୩୦୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ୮୦୫୬୧ ଜଣ ଭୋଟର। ଜିଲ୍ଲା ପରିଷଦ ପଦବୀ ପାଇଁ ୨ଟି ଜୋନ୍‌ରେ ୧୦ଜଣ ପ୍ରାର୍ଥୀ, ସରପଞ୍ଚ ପାଇଁ ୧୧୯ ଜଣ, ସମିତି ସଭ୍ୟ ପାଇଁ ୯୩ଜଣ ଏବଂ ୮୧ ୱାର୍ଡ ମେମ୍ବରଙ୍କ ଭାଗ୍ୟ ନିର୍ଦ୍ଧାରଣ କରିବେ ଜନତା । ବ୍ଲକରେ ୩୪୭ ବୁଥ ରହିଥିବା ବେଳେ ପିଙ୍କ ବୁଥ ଦୁଇଟି ରହିଛି। ଅତି ସମ୍ବେଦନଶୀଳ ୧୨ ଟି ବୁଥ୍‌ରେ ଶାନ୍ତିପୂର୍ଣ୍ଣ ଓ କଡ଼ା ସୁରକ୍ଷା ସହ ମତଦାନ ପାଇଁ ବ୍ଳକରେ ସ୍ଥିତି ସମୀକ୍ଷା କରିଛନ୍ତି ପ୍ରଶାସନ। ୨୫ଟି ପଞ୍ଚାୟତରେ ଥିବା ସମସ୍ତ ବୁଥ୍‌ରେ ପୋଲିଂ ପାର୍ଟି ପହଞ୍ଚିବାକୁ ପଦକ୍ଷେପ ଗ୍ରହଣ ବ୍ଲକ ପ୍ରଶାସନ ପକ୍ଷରୁ କରାଯାଇଥିବା ଦାରିଙ୍ଗବାଡ଼ି ବ୍ଲକ ନିର୍ବାଚନ ଅଧିକାରୀ ତଥା ବିଡିଓ ଗଦାଧର ପାତ୍ର ସୂଚନା ଦେଇଛନ୍ତି । ଶାନ୍ତି ପୂର୍ଣ୍ଣ ଭାବେ ମତ ଦାନ ପ୍ରକ୍ରିୟା ସମାପ୍ତ ପାଇଁ ଦାରିଙ୍ଗବାଡି ଓ ବ୍ରାହ୍ମଣୀଗାଁ ଥାନା ପକ୍ଷରୁ ସୁରକ୍ଷା ବ୍ୟବସ୍ଥାକୁ କଡାକଡି କରାଯାଇଥିବା ଜଣା ପଡ଼ିଛି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ