ଅନୱର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :-କେନ୍ଦ୍ରାପଡା ସରକାରୀ ହାଇସ୍କୁଲ ଖେଳ ପଡିଆରେ ଚାଲିଥିବା ରାଜ୍ୟ ସ୍ତରୀୟ ‘ଅନୱର ମେମୋରିଆଲ କ୍ରିକେଟ ଟୁର୍ଣ୍ଣାମେଣ୍ଟ’ ଉଦ୍‌ଯାପିତ ହୋଇ ଯାଇଛି । ଏହି ଟୁର୍ଣ୍ଣାମେଣ୍ଟର ଫାଇନାଲ ମ୍ୟାଚରେ ନିମପୁର କ୍ଲବ ପାରାଦ୍ୱୀପ କ୍ଲବକୁ ହରାଇ ଚମ୍ପିଅନ ଅଖ୍ୟା ଅର୍ଜ୍ଜନ କରିଥିଲା । ଏହି ଉପଲକ୍ଷେ ଅନୁଷ୍ଠିତ ଉଦ୍‌ଯାପନୀ ଉତ୍ସବରେ ପୈାର ନିର୍ବାହୀ ଅଧିକାରୀ ଦେବ ପ୍ରସାଦ ବଳ ମୁଖ୍ୟ ଅତିଥି ଭାବେ ଯୋଗଦେଇ ବିଶିଷ୍ଟ ସମାଜସେବୀ ମହେଶ କର ଫାଉଣ୍ଡେସନର ଅଧ୍ୟକ୍ଷ ରେଣୁବାଳା କରଙ୍କ ଦ୍ୱାରା ପ୍ରଦତ୍ତସିଲ, କପ, ନଗଦ ଅର୍ଥରାଶି ସମେତ ୫ଟି ପୁରସ୍କାରକୁ ବିଜୟୀ ଦଳ ଓ ରନର୍ସଅପ ଦଳକୁ ପ୍ରଦାନ କରିଥିଲେ । ଫାଉଣ୍ଡେସନ ପକ୍ଷରୁ ଜିଲ୍ଲାରେ କ୍ରୀଡାର ବିକାଶ ନିମନ୍ତେ ଏଭଳି ବହୁ କାର୍ଯ୍ୟ କରାଯାଇ ଆସୁଛି । ଫାଉଣ୍ଡେସନକୁ କ୍ରୀଡାର ବିକାଶ ନିମନ୍ତେ ଏଭଳି ସହାୟତା ପ୍ରଦାନକୁ ଆୟୋଜକ ଅନୁଷ୍ଠାନ ସମେତ ବିଭିନ୍ନ ମହଲରୁ ପ୍ରଶଂସା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ