ପିଡି ଡିଆର୍‌ଡିଏଙ୍କୁ ପଞ୍ଚାୟତ ନିର୍ବାଚନ ସହିତ ଜଡିତ ସମସ୍ତ କାର୍ଯ୍ୟରୁ ବିରତି

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗ୍ରାମ୍ୟ ଉନ୍ନୟନ ସଂସ୍ଥାର ପ୍ରକଳ୍ପ ନିର୍ଦ୍ଦେଶକ ଅନାମ ଚରଣ ପାତ୍ରଙ୍କୁ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସହିତ ଜଡିତ କାର୍ଯ୍ୟରୁ ବିରତି ରହିବା ପାଇଁ ରାଜ୍ୟ ନିର୍ବାଚନ ଆୟୋଗ ପ କ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଥିବାର ଜଣାପଡିଛି । ଆଜି ଏନେଇ ରାଜ୍ୟ ନିର୍ବାଚନ ଆୟୋଗ ପତ୍ର ସଂଖ୍ୟା ୩୬୫୮, ୨୫.୦୨.୨୦୨୨ରେ ଗଜପତି ଜିଲ୍ଲାପାଳଙ୍କୁ ପ୍ରେରିତ କରି ଉଲ୍ଲେଖିତ ନିର୍ଦ୍ଦେଶାନାମା ଜାରି କରି ତୁରନ୍ତ ତାଙ୍କୁ ନିର୍ବାଚନ ସମ୍ବନ୍ଧୀୟ ସମସ୍ତ କାର୍ଯ୍ୟରୁ ବରତି ରହିବାକୁ ପରାମର୍ଶ ଦିଆଯାଇଛି । ରାଜ୍ୟ ନିର୍ବାଚନ ଆୟୋଗ ସଚିବ ଆର୍‌.ଏନ୍‌.ସାହୁ ଏହି ନିର୍ଦ୍ଦେଶାନାମା ଜାରି କରିଥିବାର ଜଣାପଡିଛି । ସୂଚନା ଯୋଗ୍ୟ ଯେ, ପିଡି ଶ୍ରୀପାତ୍ର ଚାଲୁ ରହିଥିବା ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପ୍ରକ୍ରିୟାରେ ପଞ୍ଚାୟତରାଜ ବିଭାଗ ତଥା ରାଜ୍ୟ ନିର୍ବାଚନ ଆୟୋଗଙ୍କ ବିଭିନ୍ନ କାର୍ଯ୍ୟକୁ ସଫଳତାର ସହ ପରିଚାଳନା କରି ନ ଥିବାରୁ ଏପରି ପଦକ୍ଷେପ ନିଆଯାଇଥିବାର ଆଲୋଚନା ହେଉଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ