୯ ମାର୍ଚ୍ଚରେ କାଶୀନଗର ନାଗରିକ ମଞ୍ଚର ନୂତନ କର୍ମକର୍ତ୍ତା ନିର୍ବାଚନ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହରର ବଂଶଧାରା ନଦୀକୂଳସ୍ଥ ଗଜପତି ପାଠାଗାର ସଭାଗୃହରେ କାଶୀନଗର ନାଗରିକ ମଞ୍ଚର ଏକ ସମାବେଶ ଅନୁଷ୍ଠିତ ହୋଇଯାଇଛି । ସଂଗଠନର ସଭାପତି ପ୍ରଶାନ୍ତ ମିଶ୍ର ଏଥିରେ ଅଧ୍ୟକ୍ଷତା କରିଥିଲେ । ବ୍ୟକ୍ତିଗତ କାରଣରୁ ସଂପାଦକ କେ. ରାମାରାଓ ଅନୁପସ୍ଥିତ ଥିବା ଯୋଗୁଁ ସହ ସଂପାଦକ ଏମ୍‌. ଶ୍ରୀନିବାସ ରାଓ ଉଦ୍ଦେଶ୍ୟ ଜ୍ଞାପନ ପୂର୍ବକ ଜଣାଇଥିଲେ ଯେ, ୨୦୧୫ରେ କାଶୀନଗର ନାଗରିକ ମଞ୍ଚ ଗଠିତ ହୋଇଥିଲା । ଏ ଭିତରେ ୬ବର୍ଷ ବିତିଯାଇଥିଲେ ବି ନୂତନ କର୍ମକର୍ତ୍ତା ନିର୍ବାଚନ ହୋଇ ପାରି ନାହିଁ । ପ୍ରତି ୩ବର୍‌,ରେ ଥରେ ଏହା ହେବା କଥା । ତାପରେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନିଆ ଯାଇଥିଲା ଯେ, ଆଗାମୀ ୯ ମାର୍ଚ୍ଚ ଅପରାହ୍ନ ୪ଘଣ୍ଟା ବେଳେ ଗଜପତି ପାଠାଗାର ସଭାଗୃହରେ ନୂତନ କର୍ମକର୍ତ୍ତା ନିର୍ବାଚନ ହେବ । ନିର୍ବାଚନକୁ ସୁଗମ କରିବା ପାଇଁ ସେ ନିଜ ପଦବୀରୁ ଇସ୍ତଫା ଦେଇଥିଲେ । ସେହିପରି ସଭାପତି ବି ନିଜ ଇସ୍ତଫା ଘୋଷାଣା କରିବା ସହ ନିର୍ବାଚନ ପାଇଁ ଧାର୍ଯ୍ୟ ତାରିଖରେ ଉପସ୍ଥିତ ରହିବା ସକାଶେ ନିବେଦନ କରିଥିଲେ ସମସ୍ତଙ୍କୁ । ତେବେ ନୂତନ କର୍ମକର୍ତ୍ତା ନିର୍ବାଚନ ଯାଏଁ କାମଚଳା ସଭାପତି ଭାବେ ରହିବା ପାଇଁ ଶ୍ରୀମିଶ୍ରଙ୍କୁ ଅନୁରୋଧ କରାଯାଇଥିଲା । ସେ ତାହା ଗ୍ରାଣ କରିଥିଲେ । ଏଥିରେ କାଶୀନଗର ବ୍ଲକର ବିଭିନ୍ନ ପଞ୍ଚାୟତର ପ୍ରତିନିଧି, ଏନ୍‌ଏସିର ଯୁବ ସଂଗଠନ, ନାଗରିକ, ବରିଷ୍ଠ ନାଗରିକ ଓ ଗଣମାଧ୍ୟମ ପ୍ରତିନିଧି ସମାବେଶରେ ଉପସ୍ଥିତ ରହିବା ସହ ଆଲୋଚନାରେ ଭାଗ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ