କୂଅରେ ପଡିଯାଇ ମାନସିକ ବିକୃତି ବ୍ୟକ୍ତିଙ୍କ ମୃତ୍ୟୁ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା କାଶୀନଗର ସହର ୧୧ ନମ୍ବର ୱାର୍ଡର ଜଣେ ମାନସିକ ବିକୃତ ବ୍ୟକ୍ତି ଇପିଲି ସିମାଞ୍ଚଳମ୍ (୩୮) କୂଅରେ ପଡିଯାଇ ଅକାଳ ମୃତ୍ୟୁବରଣ କରିଥିବାର ଜଣାପଡିଛି । ତାଙ୍କ ପିତାଙ୍କ ନାମ ଇପିଲି ଚନ୍ଦ୍ରରାଓ । ସେ ଗତ ତିନି ଦିନ ଧରି ନିଖୋଜ ଥିଲେ ଓ ପରିବାର ଲୋକେ ତାଙ୍କୁ ବିଭିନ୍ନ ସ୍ଥାନକୁ ଯାଇ ବହୁ ଖୋଜାଖୋଜି କରିଥିଲେ । ତେବେ ପଟେଲ୍ ରୋଡ୍ ପାଶ୍ୱର୍ରେ ଥିବା ଚାଷଜମିର କୂଅରେ ତାଙ୍କ ମୃତଦେବ ଭାସୁଥିବା ଦେଖିବାକୁ ମିଳିଥିଲା । ଏହାପରେ ଖବର ପାଇ କାଶୀନଗର ପୋଲିସ ପହଞ୍ଚି ଶବଉଦ୍ଧାର କରି ଜବତ କରିବା ସହ ପାରଳାଖେମୁଣ୍ଡି ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ବ୍ୟବଚ୍ଛେଦ ନିମନ୍ତେ ପଠାଇ ଦେଇଥିବାର ଜଣାପଡିଛି । ଏନେଇ କାଶୀନଗର ଥାନାରେ ୧/୨୨ରେ ଏକ ଅପମୃତ୍ୟୁମାମଲା ରୁଜୁ ହୋଇ ଘଟଣାର ଅଧିକା ତଦନ୍ତ ଚାଲୁ ରହିଥିବାର ଥାନା ଅଧିକାରୀ ସୁଶାନ୍ତ କୁମାର ସାହୁଙ୍କ ସୂତ୍ରରୁ ପ୍ରକାଶ ।


