୯ ଓ ୧୧ ନମ୍ବର ବୁଥରେ ରିପୋଲିଂ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକରେ ଗୁରୁବାର ଦିନ ପଞ୍ଚମ ପର୍ଯ୍ୟାୟ ମତଦାନ ହୋଇଥିଲା । ଏହି ଭୋଟଦାନ ପ୍ରକ୍ରିୟା ବେଳେ ଅଗରଖଣ୍ଡି ପଞ୍ଚାୟତର ୯ନମ୍ବର ୱାର୍ଡ ଏବଂ ବଡଗୋଷାଣୀ ପଞ୍ଚାୟତର ୧୧ନମ୍ବର ୱାର୍ଡରେ କିଛି ଦୃର୍ବୃତ୍ତ ସଂଘବୋଧ ହୋଇ ଧଶେଇ ପଶି ପ୍ରିଜାଇଡିଂ ଅଫିସର, ପୋଲିଂ ଅଫିସରଙ୍କ ସମେତ ନିର୍ବାଚନ ପରିଚାଳାନାରେ ସହଯୋଗ କରୁଥିବା କର୍ମଚାରୀଙ୍କୁ ମାଡ ମାରି ଜବରଦସ୍ତି ଭାବେ ର‌୍ୟାଗିଙ୍ଗ କରି ଭୋଟ ଦେଇଥିବାର ଅଭିଯୋଗ ହୋଇଥିଲା । ଏହାପରେ ଉଭୟ ୱାର୍ଡରେ ଆଜି ଶୁକ୍ରବାର ପୁଣି ସାନିମତଦାନ କରିବାପାଇଁ ରାଜ୍ୟ ନିର୍ବାଚନ ଆୟୋଗଙ୍କ ନିର୍ଦ୍ଦେଶ ପ୍ରକାରେ ଏହି ଦୁଇଗୋଟି ୱାର୍ଡରେ କଡା ସୁରକ୍ଷା ବଳୟରେ ମତଦାନ ଜାରି ରହିଛି । ବଡନୀଳାପୁର ଗ୍ରାମରେ ଥିବା ୧୧ନମ୍ବର ବୁଥରେ ର‌୍ୟାଗିଙ୍ଗ୍ ହୋଇଥିବାର ଅଭିଯୋଗ ଆଣିଛନ୍ତି ସରପଞ୍ଚ ପ୍ରାର୍ଥୀ ବୁଡିତି ମୋହନ ରାଓ । ଏନେଇ ସେ ବ୍ଲକ ନିର୍ବାଚନ ଅଧିକାରୀ ତଥା ବ୍ଲକ ପ୍ରଶାସନ ଠାରେ ଫେରାଦ ହୋଇ ଏକ ଲିଖିତ ଅଭିଯୋଗ ପତ୍ର ପ୍ରଦାନ କରିଥିବାର ଜଣାପଡିଛି । ଅଭିଯୋଗ ପ୍ରକାରେ ଗୁରୁବାର ମଧ୍ୟାହ୍ନ ୧୨.୩୦ମିନିଟ ସମୟରେ ବଡନୀଳାପୁର ଗ୍ରାମର ୧୧ନମ୍ବର ବୁଥରେ ରେ ପାରଳାଖେମୁଣ୍ଡି ସହରର ଜଣେ ବିଜେଡିର ଯୁବନେତା ଏବଂ ତାଙ୍କର ପ୍ରାୟ ୫୦ଜଣ ଦୁର୍ବୃତ ସାଥି ଜବର ଦସ୍ତି ଭାବେ ୪୬ ଗୋଟି ଭୋଟ ରାଗିଙ୍ଗ କରି ବହି ଚିହ୍ନ ସପକ୍ଷରେ ମୋହର ମାରିଦେଇଥିଲେ । ଏହି ଚିହ୍ନ ନିକଟତମ ପ୍ରତିଦ୍ୱନ୍ଦୀ ବିମଳା ସାମଲଙ୍କର ବୋଲି ଉଲ୍ଲେଖ କରିଛନ୍ତି । ରାଗିଙ୍ଗ ସମ୍ପର୍କେ ବୁଥ୍‌ରେ ଥିବା ମୋହନ ରାଓଙ୍କ ଏଜେଣ୍ଟ ଫୋନ୍ ଯୋଗେ ସୂଚନା ଦେବାପରେ ତୁରନ୍ତ ସେଠାରେ ପହଞ୍ଚିଥିଲେ ହେଁ ସେମାନେ ସେଠାରୁ ପଳାୟନ କରିଥିଲେ । ସେମାନଙ୍କ ପିଛାକରି କଇଠଡା ଗ୍ରାମର ବୁଥ ନଂ ୧୩ ଓ ୧୪ରେ ରାଗିଙ୍ଗପାଇଁ ପ୍ରସ୍ତୁତ ହେଉଥିବା ବେଳେ ଗ୍ରାମବାସୀ ଓ ମୋହନ ରାଓ ଏବଂ ତାଙ୍କ ଭାଇ ଏମାନଙ୍କୁ ଅଟକାଇଥିଲେ । ସେତେବେଳେ ବିମଳା ସାମଲଙ୍କ ବଡ ଜ୍ୱାଇଁ ଯିଏକି ଜଣେ ବ୍ଲକସ୍ତରୀୟ ସାମ୍ବାଦିକ ଏବଂ ସାନ ଜ୍ୱାଇଁ ଓ ପାରଳାଖେମୁଣ୍ଡିର ପ୍ରଭାବଶାଳୀ ବିଜେଡି ଯୁବନେତାଙ୍କ ସହ ଆସିଥିବା ଲୋକେ ଉପସ୍ଥିତଥିଲେ । ଏମାନଙ୍କୁ ଏପରି ରାଗିଙ୍ଗ କାର୍ଯ୍ୟରୁ ନିବୃତ ରହିବାପାଇଁ ଅନୁରୋଧ କରିଥଲେ ମଧ୍ୟ ମୋତେ ଏବଂ ମୋର ଭାଇକୁ ଏମାନେ ମାଡମାରିଥିଲେ ବୋଲି ଉଲ୍ଲେଖ କରିଛନ୍ତି । ଉକ୍ତ ବିଷୟକୁ ନେଇ ଗୁରାଣ୍ଡି ଥାନା ଅଧିକାରୀ ଏବଂ ପୋଲିସ ସ୍କ୍ୱାର୍ଡକୁ ଫୋନ କରିଥିଲେ ମଧ୍ୟ କୌଣସି ସୁଫଳ ମିଳି ପାରିନଥିଲା ବୋଲି କହିଛନ୍ତି । ଏନେଇ ବଡନୀଳାପୁର ଗ୍ରାମର ୧୧ନମ୍ବର ବୁଥର ରାଗିଙ୍ଗ୍ ସମ୍ପର୍କେ ଉକ୍ତ ବୁଥର ପ୍ରିଜାଇଡିଂ ଅଫିସର ଲିଖିତ ଆକାରରେ ନିର୍ବାଚନ ଅଧିକାରୀଙ୍କୁ ପ୍ରଦାନ କରିଥିବାର ଜଣାଇଥିଲେ । ଏହା ସହ ଅଭିଯୋଗ ପତ୍ରସକୁ ଜିଲ୍ଲା ନିର୍ବାଚନ ଅଧିକାରୀ, ରାଜ୍ୟ ନିର୍ବାଚନ ଅଧିକାରୀ ପ୍ରମୁଖଙ୍କୁ ବିହିତ କାର୍ଯ୍ୟାନୁଷ୍ଠାନ ନିମନ୍ତେ ପ୍ରେରଣ କରିଥିଲେ । ଅନ୍ୟପକ୍ଷରେ ଉକ୍ତ ବୁଥର ପ୍ରିଜାଇଡିଂ ଅଫିସର ମଧ୍ୟ ୧୧ନମ୍ବର ବୁଥରେ ରାଗିଙ୍ଗ ହୋଇଥିବା ସମ୍ପର୍କେ ଉଲ୍ଲେଖ କରି ରିପୋଲ ପାଇଁ ସୁପାରିଶ କରିଥିଲେ । ସମସ୍ତ ଘଟଣାକୁ ତଜର୍ମା କରି ଜିଲ୍ଲା ନିର୍ବାଚନ ଅଧିକାରୀ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଅବଗତ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ