ବିଜେଡିର ବିଜୟୀ ପ୍ରାର୍ଥୀଙ୍କୁ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲାରେ ପଞ୍ଚାୟତ ନିର୍ବାଚନ ୨୦୨୨ରେ ବିଜେଡିର ଅଭୂତପୂର୍ବ ସଫଳତାକୁ ନେଇ ବିଜେଡି ଶିବର ଚଳଚଞ୍ଚଳ ହୋଇପଡିଛି । ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ରାମନଗର ହାଇଟେକ୍ ପ୍ଲାଜା ପରିସରରେ ଥିବା ବିଜେଡି ନିର୍ବାଚନ କାର୍ଯ୍ୟାଳୟରେ କାଶୀନଗର, ଗୁମ୍ମା ଓ ଗୋଷାଣୀ ବ୍ଲକର ସମସ୍ତ ନବ ନିର୍ବାଚିତ ଜିଲ୍ଲାପରିଷଦ, ସରପଞ୍ଚ, ସମିତି ଓ ୱାର୍ଡମେମ୍ବର ପ୍ରତିନିଧିମାନଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି । ବରିଷ୍ଠ ବିଜେଡି ନେତା ଡ.ତିରୁପତି ପାଣିଗ୍ରାହୀ, ଜିଲ୍ଲା ସଭାପତି ପ୍ରଦୀପ କୁମାର ନାୟକ, ଯୁବନେତା ଇଂ.ରୂପେଶ ପାଣିଗ୍ରାହୀ ପ୍ରମୁଖଙ୍କ ସହ ଜିଲ୍ଲାସ୍ତରୀୟ ବିଜେଡି ନେତୃବୃନ୍ଦ ଯୋଗ ଦେଇଥିଲେ । ଏମାନେ ସମସ୍ତେ ନବ ନିର୍ବାଚିତ ଜନପ୍ରତିନିଧିଙ୍କୁ ସମ୍ବର୍ଦ୍ଧନା ଜ୍ଞାପନ କରିଥିଲେ । ଏହି ନବନିର୍ବାଚିତ ଜନପ୍ରତିନିଧିମାନେ ଏକତ୍ରିତ ହୋଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜୟଧ୍ୱନୀ ଦେବା ସହ ଲୋକାଭିମୁଖୀ ଯୋଜନା ଗୁଡିକ ଉପଯୁକ୍ତ ଲୋକଙ୍କ ପାଖକୁ କିପରି ପହଞ୍ଚିବ ସେନେଇ ପ୍ରାଥମିକତା ରହିବ ବୋଲି କହିବା ସହ ଜିଲ୍ଲା ବିଜେଡି ନେତୃବୃନ୍ଦ ନିର୍ବାଚନରେ ଉତ୍ସାହିତ କରିଥିବାରୁ ଧନ୍ୟବାଦ ଅର୍ପଣ କରିଥିଲେ । ଏହି ସମ୍ବର୍ଦ୍ଧନା ଉତ୍ସବ ପୂର୍ବରୁ ଏହି ପ୍ରତିନିଧି ଓ ତାଙ୍କ ସମର୍ଥକମାନେ ପାରଳାଖେମୁଣ୍ଡି ସହର ହାଇସ୍କୁଲ ଛକ ଠାରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀ ଓ ବଜାର ଛକ ଠାରେ ଥିବା ମହାରାଜା କୃଷ୍ଣଚନ୍ଦ୍ର ଗଜପତିଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିଥିବାର ଦେଖିବାକୁ ମିଳିଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ