ଜିଲ୍ଲା ସ୍ତରୀୟ ଜାତୀୟ ବିଜ୍ଞାନ ଦିବସ ପାଳିତ      

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ସ୍ଥାନୀୟ ଡ଼. ସତ୍ୟନାରାୟଣ ରାଜଗୁରୁ  ଉଚ୍ଚ ପ୍ରାଥମିକ ବିଦ୍ୟାଳୟ  ଠାରେ ଗଜପତି ଜିଲ୍ଲା ସ୍ତରୀୟ ଜାତୀୟ  ବିଜ୍ଞାନ ଦିବସ ଜିଲ୍ଲା ଶିକ୍ଷା ଅଧିକାରୀ ପ୍ରଦୋସ  କୁମାର ନାୟିକ ଙ୍କ ନିର୍ଦେଶ କ୍ରମେ  ଓ ଶିକ୍ଷକ ନିର୍ଦେଶାଳୟ  ରାଜ୍ୟ ଶିକ୍ଷା ଗବେଷଣା ଓ ପ୍ରଶିକ୍ଷଣ ପରିଷଦ, ଓଡିଶା, ଭୁବନେଶ୍ୱର ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି 1 ଏହି  କାର୍ଯ୍ୟକ୍ରମରେ  ଜିଲ୍ଲା ବିଜ୍ଞାନ ନିରୀକ୍ଷକ ସାତ୍ମିକ କୁମାର ପଟନାୟକ  ଅଧକ୍ଷତାକରି ଡ଼. ସି. ଭି. ରମଣଙ୍କ “ରମଣ ପ୍ରଭାବ” ବିଷୟରେ ବୁଝାଇ, ଛାତ୍ର /ଛାତ୍ରୀ ମାନଙ୍କ ମଧ୍ୟରେ ବୈଜ୍ଞାନିକ ଚିନ୍ତା ଧାରା ଓ  ଗବେଷଣାତ୍ମକ ମନଭାବ ଉଦଗ୍ରେକ କରିବା ଏହି ଦିବସ ପାଳନ ର ମୁଖ୍ୟ ଉଧେଶ୍ୟ ବୋଲି କହିଥିଲେ l ଏହି ବର୍ଷର ଜାତିୟ ବିଜ୍ଞାନ ଦିବସ ପାଳନର ମୁଖ୍ୟ ବିଷୟ “ଧାରଣକ୍ଷମ ଭବିଷ୍ୟତ ପାଇଁ  ବିଜ୍ଞାନ ଓ  ପ୍ରଯୁକ୍ତି ବିଦ୍ୟାର ସମନ୍ୟୁତ   ଦୃଷ୍ଟିକଣ ” ବୋଲି କହିଥିଲେ l ଅନ୍ୟମାନଙ୍କ ମାଧ୍ୟ୍ୟ ରେ  ବିଦ୍ୟାଳୟ ର ପ୍ରଧାନ ଶିକ୍ଷକ ଡ଼. ନବ କୁମାର ପଟନାୟକ ଓ ଅବସର ପ୍ରାପ୍ତ ପ୍ରଧାନ ଶିକ୍ଷକ ଲଳିତ ମୋହନ ନାୟକ ସମ୍ମାନିତ ଅତିଥିଭାବେ ଯୋଗଦେଇଥିଲେ lଏହି  କାର୍ଯ୍ୟକ୍ରମ ରେ ଜିଲ୍ଲା ର ବିଭିନ୍ନ ଉଚ୍ଚ ବିଦ୍ୟାଳୟର ପଚାଶ ଜଣ ବିଜ୍ଞାନ ଶିକ୍ଷକ /ଶିକ୍ଷୟତ୍ରୀ  ଅଂଶ ଗ୍ରହଣ କରିଥିଲେ l ବରିଷ୍ଟ ବିଜ୍ଞାନ ଶିକ୍ଷୟତ୍ରୀ କବିତା ରାଉତ  ଓ ଶିବ କଲ୍ୟାଣୀ ଆଚାର୍ଯ୍ୟ ଏବଂ ଶିକ୍ଷକ ୟାଇ. କ୍ରିଷ୍ଣା ରାଓ ବକ୍ତା  ଭାବେ ଯୋଗ ଦେଇଥିବା ବେଳେ ବରିଷ୍ଠ ବିଜ୍ଞାନ ଶିକ୍ଷକ ଆମୋପୋଲୁ ରବି କୁମାର ସ୍ୱାଗତ  ଓ ଧନ୍ୟବାଦ ଅର୍ପଣ କରିଥିଲେ l ବିଦ୍ୟାଳୟ ର ସମସ୍ତ ଶିକ୍ଷକ /ଶିକ୍ଷୟତ୍ରୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ