ଟୀକାକରଣ ଅଭିଯାନ ୨୦୨୨ଅନୁଷ୍ଠିତ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ମୁଖ୍ୟ ଚିକିତ୍ସାଳୟ ଠାରେ ଥିବା ମାତୃ ଶିଶୁ କୋଠାଗୃହରେ ଜିଲ୍ଲା ସ୍ତରୀୟ ପଲସ ପୋଲିଓ ଟୀକାକରଣ ୨୦୨୨ ଶୁଭାରମ୍ଭ ହୋଇଯାଇଛି । ଏହାକୁ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ଡକ୍ଟର ପ୍ରଦୀପ କୁମାର ପାତ୍ର ଶୁଭାରମ୍ଭ କରିଛନ୍ତି । ଟୀକା କରଣ ଅଭିଯାନ ତିନି ଦିନ ଧରି ଚାଲିବ । ପ୍ରଥମ ଦିନରେ ଜିଲ୍ଲାର ପ୍ରତି ବ୍ଳକ ରେ ସ୍ଥାପିତ ବୁଥ ଗୁଡିକ ଶୁନ ରୁ ପାଞ୍ଚ ବର୍ଷ ର ଶିଶୁ ମାନଙ୍କୁ ଏହା ଦିଆ ଯିବାକୁ ଥିବା ବେଳେ କୌଣସି କାରଣ ରୁ ବାଦ ପଡି ଯାଇଥିବା ଶିଶୁ ମାନଙ୍କୁ ଆସନ୍ତା ଦୁଇ ଦିନ ରେ ଟିକା ଦିଆଯିବ । ସ୍ୱାସ୍ଥ୍ୟ କର୍ମୀମାନେ ଏହି ଦୁଇ ଦିନ ଘର ଘର ବୁଲି ଶିଶୁ ମାନଙ୍କୁ ପୋଲିଓ ବୁନ୍ଦା ଖୁଆଇବେ । ଏହି କାର୍ଯ୍ୟକ୍ରମ ଯେପରି ସଫଳତା ର ସହ ଆୟୋଜିତ ହେବ ଏବଂ କେହି ବି ଜଣେ ହେଲେ ଶିଶୁ ଯେପରି ଏଥିରୁ ବଞ୍ଚିତ ନ ହେବେ ସେଥିପାଇଁ ନିର୍ଦ୍ଦେଶ ଦିଆଯାଇଛି । ଏହି କାର୍ଯ୍ୟକ୍ରମ ରେ ସ୍ୱାସ୍ଥ୍ୟ ବିଭାଗ ର କର୍ମଚାରୀ ମାନେ ଉପସ୍ଥିତ ରହିଥିଲେ I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ