ଗଜପତିରେ ଆଜି ୨୦ ଆକ୍ରାନ୍ତ ଚିହ୍ନଟ
ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲାରେ ଆଜି ବୁଧବାର ଦିନ ଜିଲ୍ଲାରେ ମୋଟ ୧୯୯୨ ଜଣଙ୍କ କୋରନା ଟେଷ୍ଟ କରାଯାଇଥିବା ବେଳେ ଏଥି ମଧ୍ୟରୁ ୨୦ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହି ୨୦ଜଣ ପୋଜିଟିଭ୍ ଚିହ୍ନଟ ମଧ୍ୟରେ ଗୋଷାଣୀ ବ୍ଲକରୁ ସର୍ବାଧିକ ୧୪ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ଗୁମ୍ମା ବ୍ଲକରୁ ୪ଜଣ, ମୋହନା ବ୍ଲକରୁ ଜଣେ ଏବଂ କାଶୀନଗର ବ୍ଲକରୁ ଜଣେ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାର ଗଜପତି ଜିଲ୍ଲାପାଳ ଲିଙ୍ଗରାଜ ପଣ୍ଡା ପ୍ରେସ୍ ବିବୃତ୍ତି ମାଧ୍ୟମରେ ସୂଚନା ଦେଇଛନ୍ତି ।


