ବିଇଓ ଏବଂ ପ୍ରଧାନଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) :-ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ଶିକ୍ଷାଧିକାରୀ ଓ ଗୁରାଣ୍ଡି ଗ୍ରାମରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକଙ୍କୁ ପୃଥକ ପୃଥକ ବାବେ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଗୋଷାଣୀ ବ୍ଲକ ବିଇଓ ବାଳକୃଷ୍ଣ ମାଝୀଙ୍କୁ ଗୋଷାଣୀ ସ୍ଥିତ ଆଞ୍ଚଳିକ ସମ୍ବଳ କେନ୍ଦ୍ର ଠାରେ ବିଦାୟକାଳୀନ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା । ଏହି ଅବସରରେ ତାଙ୍କର କାର୍ଯ୍ୟ ଦକ୍ଷତାର ସହ ପ୍ରତିପାଦିତ କରିଥିବାରୁ ଭୂୟସୀ ପ୍ରଶଂସା କରାଯାଇ ଥିବାବେଳେ ପୁଷ୍ପଗୁଚ୍ଛ ଓ ଉପଢୈକନ ଦେଇ ସମ୍ବର୍ଦ୍ଧିତ କରିଥିଲେ । ଏହି କାର୍ଯ୍ୟକ୍ରମରେ ସହକାରୀ ଗୋଷ୍ଠୀ ଶିକ୍ଷାଧିକାରୀ ଶିବାଜୀ କହଁର, ସେକ୍ସନ ଅଫିସର ପୂର୍ଣ୍ଣଚନ୍ଦ୍ର ମିଶ୍ର, କନିଷ୍ଠ କିରାଣୀ ସିଏଚ୍‌. ବୈକୁଣ୍ଠ, ଆକାଉଣ୍ଟାଣ୍ଟ ସମ୍ବିତ ସୁଧା ପଟ୍ଟନାୟକ, ସିଆର୍‌ସିସି ପ୍ରକାଶ ଚନ୍ଦ୍ର ପଣ୍ଡା, ଏମ୍‌.ଉମାପତି, ପି.ଭେଙ୍କେଟେଶ୍ୱରଲୁ, ନରେନ୍ଦ୍ର ଭୂୟାଁ, ତାରକେଶ୍ୱର ଜେନା, ଟି.ସୁନୀଲ ପ୍ରମୁଖଙ୍କ ସମେତ ବହୁ କର୍ମଚାରୀ ଉପସ୍ଥିତ ଥଲେ । ସେହିପରି ଗୋଷାଣୀ ବ୍ଲକ ଅନ୍ତର୍ଗତ ଗୁରାଣ୍ଡି ଗ୍ରାମ ଠାରେ ଥିବା ଶ୍ରୀ କୃଷ୍ଣଚନ୍ଦ୍ର ଗଜପତି ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ବେଣୁମାଧବ ପଟ୍ଟନାୟକ ମଧ୍ୟ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି ସମ୍ବର୍ଦ୍ଧନା ଉତ୍ସବରେ ବରିଷ୍ଠ ଶିକ୍ଷକ ପ୍ରସାଦ ନାୟକ ଅଧ୍ୟକ୍ଷତା କରିଥିଲେ । ଏଥିରେ ମୁଖ୍ୟ ଅତିଥି ଭାବେ ଶିକ୍ଷାବିତ୍ ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା ଯୋଗଦେଇ ବିଦାୟୀ ପ୍ରଧାନ ଶିକ୍ଷକଙ୍କୁ ସମ୍ବର୍ଦ୍ଧିତ କରି ନିଜ ବକ୍ତବ୍ୟରେ ଶ୍ରୀ ପଟ୍ଟନାୟକଙ୍କ ଦୀର୍ଘ ୩୭ବର୍ଷ ଶିକ୍ଷକତା ଜୀବନରେ କିପରି ଉତ୍ସର୍ଗିକୃତ ମନୋଭାବ କରି ଜଣେ ସରଳ, ନିଷ୍କପଟ, ନିଷ୍ଠାପର ବ୍ୟକ୍ତିତ୍ୱ ଥିଲେ ସେ ସମ୍ପର୍କରେ କହିଥିଲେ । ଏହି ଅବସରରେ ଶ୍ରୀ ପଟ୍ଟନାୟକଙ୍କ ଅବସରକାଳୀନ ଜୀବନଯାପନ ସୁରୁଖୁରୁରେ କଟିବା ସହ ଉତ୍ତମ ସ୍ୱାସ୍ଥ୍ୟ ଓ ଦୀର୍ଘମୟ ଜୀବନ କାମନା କରିଥିଲେ । ଶିକ୍ଷୟ୍‌ତ୍ରୀ ସସ୍ମୀତା କୁମାରୀ ଜେନା ସ୍ୱାଗତ ଭାଷଣ ଦେବା ସହ ସମ୍ବର୍ଦ୍ଧନା ଉତ୍ସବ ଶେଷରେ ଧନ୍ୟବାଦ ପ୍ରଦାନ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ