ଚିତରଂଜନ ଖୁଂଟିଆ ୱାର୍ଡ ମେମ୍ବର ଭାବେ ନିର୍ବାଚିତ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :-ବୋଲଗଡ଼ ବ୍ଲକ୍ ଅନ୍ତର୍ଗତ ଗୋପାଳପୁର ଗ୍ରାମପଂଚାୟତ ନୟାପଲ୍ଲୀ ଗ୍ରାମ ୭ନଂ ଜୋନ୍ର ୱାର୍ଡ ମେମ୍ବର ପ୍ରାର୍ଥୀ ଭାବେ ଚିତରଂଜନ ଖୁଂଟିଆ ନିର୍ବାଚିତ ହୋଇଛନ୍ତି । ଜଣେ ସରଳ, ନିଷ୍କପଟ ସମାଜସେବୀ ଭାବେ ସେ ଜଣାଶୁଣା ଥିଲେ । ନିକଟତମ ପ୍ରତିଦ୍ୱନ୍ଦୀଙ୍କ ଠାରୁ ୧୦ ଖଣ୍ଡ ଭୋଟ ଅଧିକା ପାଇ ନିର୍ବାଚିତ ହୋଇଛନ୍ତି । ତାଙ୍କ ବକ୍ତବ୍ୟରେ କହିଥିଲେ ଯେ ଏହି ବିଜୟ ସମଗ୍ର ଗ୍ରାମବାସୀଙ୍କର । ମୋର ଦାୟିତ୍ୱ ସଂପୂର୍ଣ୍ଣ ଭାବେ ବଢ଼ିଯିବା ସହିତ ଗ୍ରାମବାସୀମାନଙ୍କର କିପରି ସାମୂହିକ କଲ୍ୟାଣ ହୋଇପାରିବ ସେ ଦିଗରେ ଅଗ୍ରସର ହେବା ନେଇ ଏକ ପ୍ରେସ୍ ବିଜ୍ଞପ୍ତିରେ ନାରାୟଣ ଖୁଂଟିଆ ପ୍ରକାଶ କରିଛନ୍ତି ।


