ଭୋଟଗଣତି ଅନିୟମିତତା ଅଭିଯୋଗକୁ ଅସ୍ୱୀକାର କଲେ ନିର୍ବାଚନ ଅଧିକାରୀ

ହାଟଡିହି, (ବିକାଶ ବିଶ୍ୱାଳ) :-ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ପଞ୍ଚାୟତରେ ଭୋଟ ଗଣତିରେ ହୋଇଥିବା ଅନିୟମିତତା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ନିର୍ବାଚନ ଅଧିକାରୀ । ସେ କହିଛନ୍ତି ଯେ ଭୋଟ ଗଣତିରେ କୌଣସି ଅନିୟମିତତା ହୋଇ ନାହିଁ । ଭୋଟ ଗଣତି କେନ୍ଦ୍ରରେ ସିସି କ୍ୟାମେରା ଲଗାଯାଇ ସ୍ୱଚ୍ଛତା ରକ୍ଷା କରାଯାଇଛି । ଅଭିଯୋଗର କୌଣସି ସତ୍ୟତା ନଥିବା ସେ କହିଛନ୍ତି । ଅନ୍ୟପକ୍ଷରେ ପଢ଼ିଆରୀପଲ୍ଲୀ ପଞ୍ଚାୟତର ବିଜୟୀ ଘୋଷିତ ସରପଞ୍ଚ ପ୍ରାର୍ଥୀ ଅଜିତ କୁମାର ରାଉତଙ୍କ କହିବାନୁଯାଇ ପରାଜିତ ପ୍ରାର୍ଥୀ ପରାଜୟକୁ ଗ୍ରହଣ କରିନପାରି ଔଷଧ ବଦଳରେ ତାଟିଆ କାମୁଡୁଛନ୍ତି । ଏପରି ମିଥ୍ୟା ଅଭିଯୋଗ ନକରି ଜନାଦେଶକୁ ମାନିନେବା ଉଚିତ ବୋଲି ସେ କହିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ