ବିହାରୀଲାଲ ସ୍ମାରକୀ କ୍ରିକ୍ରେଟ ଜାଗୃତି ଚାମ୍ପିୟାନ
ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ସ୍ଥାନୀୟ ପୋଖରୀପୁଟ ଷ୍ଟାଡ଼ିୟମରେ ଅନୁଷ୍ଠିତ ବିହାରୀ ଲାଲ ସ୍ମାରକୀ କ୍ରିକେଟ ଟୁର୍ଣ୍ଣମେଣ୍ଟରେ ଜାଗୃତି କ୍ରିକେଟ ଏକାଡ଼ୋମୀ ଚମ୍ପିୟାନ ହୋଇଛି । ଫାଇନାଲରେ ଏହି ଦଳ ସହୀଦି ସ୍ପୋଟିଂକୁ ପରାସ୍ତ କରି ଟସ ହାରି ପ୍ରଥମ ସହିଦୀ ସ୍ପୋଟିଂ ବ୍ୟାଟିଂ କରିଥିଲା । ଦଳ ୯ ଓଭରରେ ସମସ୍ତ ୱିକେଟ ହରାଇ ୯୫ରନ କରିଥିଲା । ଜବାବରେ ଜାଗୃତି ୯ ଓଭରରେ ୫ ୱିକେଟ ହରାଇ ୧୦୧ରନ ସଂଗ୍ରହ କରି ମ୍ୟାଚ ବିଜୟୀ ହେବା ସହ ଚାମ୍ପିୟାନ ହୋଇଥିଲା । ଉଦଯାପନୀ ଉତ୍ସବରେ ପଦ୍ମଶ୍ରୀ ଦିଲ୍ଲିପ ତିର୍କୀ ପୂର୍ବତନ ରଣଜୀ ଅଧିନାୟକ ରଶ୍ମିରଞ୍ଜନ ପରିଡ଼ା, ଭୁବନେଶ୍ୱର ଆଥଲେଟିକ୍ ଆସୋସିଏସନର ସମ୍ପାଦକ ସୌର୍ଯ୍ୟରଞ୍ଜନ ପରିଜା ଯୋଗଦେଇ ପୁରସ୍କାର ପ୍ରଦାନ କରିଥିଲେ । ଚାମ୍ପିୟାନ ଦଳକୁ ୧୫,୦୦୦/- ନଗଦ ଅର୍ଥରାଶୀ ସହ ଟ୍ରଫି ଏବଂ ରନର୍ସ ଅଫ ଦଳକୁ ନଗଦ ୧୦,୦୦୦/- ଟଙ୍କା ସହ ଟ୍ରଫି ପ୍ରଦାନ କରାଯାଇଥିଲା । ଆୟୋଜକ ସଭାପତି ଅକ୍ଷୟ ଜେନାଙ୍କ ସହ ଓଡ଼ିଶା ପି.ଜି.ଓ. ମନୋଜ ବିଶ୍ୱାଳ, ସଶାଙ୍କ ଶେଖର ଦାସ, ଅଞ୍ଜନ ଜେନା, ପ୍ରଶାନ୍ତ ବିଶ୍ୱାଳ, ସମ୍ବିଦ ଜେନା, ସୁକୁନା ପାତ୍ର, ଅଭି ସାହୁ, ରାଜା ଜେନା, ରୋନିକ୍ ପ୍ରଧାନ ପ୍ରମୁଖ ମ୍ୟାଚ ପରିଚାଳନାରେ ସହଯୋଗ କରିଥିଲେ ।