ବେଆଇନ ଗୋଚାଲାଣ ରାକେଟ ସକ୍ରିୟ : ୧୬ଟି ଗୋରୁ ଉଦ୍ଧାର
ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :ମୟୂରଭଂଜ ଜିଲ୍ଲାର ବାମନଘାଟୀ ଉପଖଣ୍ଡରେ ଚୋରା ଗୋଚାଲାଣ ରାକେଟ ସକ୍ରିୟ ।ଦିନକୁ ଦିନ ଗୋଚାଲାଣ ବୃଦ୍ଧି ପାଉଛି ।ପଶୁଧନ ଲୋପ ପାଉଛି ଯାହାକୁ ନେଇ ପଶୁପ୍ରେମୀ ଚିନ୍ତିତ । ମୟୂରଭଂଜ ଜିଲ୍ଲାର ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ପୋଲିସ ସୋମବାର ସୋମବାର ରାତିରେ ପେଟ୍ରୋଲିଂ କରୁଥିବାବେଳେ ରାତି ୩ଟା ପାଖରେ କୁସୁମି ବ୍ଲକର କେନ୍ଦରେଇ ଗ୍ରାମରେ ଦୁଇଟି ପିକଅପ୍ ଭେନ OD 11H3374,OD11M3496 ରେ ୧୬ଟି ଗୋରୁ ଭର୍ତ୍ତି ଦେଖିବାକୁ ପାଇ ଜବତ କରିଥିଲେ ।ଗୋରୁ ମାଫିଆ,ରାଇଭର ପୋଲିସକୁ ଦେଖି ଗାଡି ଛାଡି ଦୃତ ଗତିରେ ଖସି ପଳାଇଥିଲେ ।ପୋଲିସ ଗୋରୁ ଭର୍ତ୍ତିକରି ପିକ ଅପ୍ ବେଳକୁ ଜବତ କରି ଗ୍ରାମାଞ୍ଚଳ ଥାନାକୁ ଆଣିଥିଲା ।ଗାଡ଼ିରେ ୧୬ଟି ଗୋରୁ ଥିଲା ।ପୋଲିସ ତରଫରୁ ଗୋମାଫିଆଙ୍କୁ ତୁରନ୍ତ ଗିରଫ କରାଯିବା ସହ ଗ୍ରାମ ମାଫିଆଙ୍କ ଭଳି ସେମାନଙ୍କୁ ସମ୍ପତ୍ତି ବାଜ୍ଯାପ୍ତ କରିବା ଭଳି କଠୋରପଦକ୍ଷେପ ନେବାପାଇଁ ସାଧାରଣରେ ଦାବି ହେଉଛି ।