ନଗରପାଳ ପ୍ରାର୍ଥୀନୀ ସରିତା ସାହୁଙ୍କୁ ସ୍ୱାଗତ କଲେ ଆଇନଜୀବୀ ଓ ବୁଦ୍ଧିଜୀବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡା ପୈାରାଞ୍ଚଳ ନିର୍ବାଚନରେ ବିଜୁ ଜନତା ଦଳ ପକ୍ଷରୁ ନଗରପାଳ ପ୍ରାର୍ଥୀନୀ ଭାବେ ସରିତା ସାହୁଙ୍କୁ ଘୋଷଣା କରାଯାଇଛି । ଶ୍ରୀମତୀ ସାହୁଙ୍କୁ ଆଇନଜୀବୀ ଓ ବୁଦ୍ଧିଜୀବୀ ମାନେ ସ୍ୱାଗତ କରିଛନ୍ତି । ଏଥି ସହିତ ପଟ୍ଟାମୁଣ୍ଡାଇ ପୈାରାଞ୍ଚଳ ପାଇଁ ନଗରପାଳ ପ୍ରାର୍ଥୀ ଭାବେ ବିଜେଡି ପକ୍ଷରୁ ହେମନ୍ତ କୁମାର ସାହୁଙ୍କୁ ଘୋଷଣା କରାଯାଇଥିବାରୁ ତାଙ୍କୁ ମଧ୍ୟ ସ୍ୱାଗତ କରାଯାଇଛି । ଆସନ୍ତା ପୈାର ନିର୍ବାଚନରେ ନଗରପାଳ ପଦବୀ ପାଇଁ ସିଧା ସଳଖ ପ୍ରତିଦ୍ୱନ୍ଦିତା ଅନୁଷ୍ଠିତ ହେବ । ଶ୍ରୀମତୀ ସାହୁ ଜଣେ ସମାଜସେବୀ,ସୁଗୃହିଣୀ, ମିଷ୍ଠ ଭାଷି ମହିଳା ହୋଇଥିବାରୁ ପୈାରାଞ୍ଚଳର ସମସ୍ତ ଭୋଟର ଭାଇ ଓ ଭଉଣୀ ମାନେ ଶ୍ରୀମତୀ ସାହୁଙ୍କୁ ଏବଂ ପଟ୍ଟାମୁଣ୍ଡାଇ ପୈାରପାଳିକାର ନଗରପାଳ ପ୍ରାର୍ଥୀ ଶ୍ରୀ ସାହୁଙ୍କୁ ବିପୁଳ ସଂଖ୍ୟାରେ ଶଙ୍ଖ ଚିହ୍ନରେ ଭୋଟଦେଇ ଜୟଯୁକ୍ତ କରିବାକୁ ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ନିବେଦନ କରିଛନ୍ତି । ରାଜ୍ୟ ବିଜେଡି ଲିଗାଲପ୍ରଂଟ ସଦସ୍ୟ ସଞ୍ଜୟ କୁମାର ଜେନାଙ୍କ ନେତୃତ୍ୱରେ ବରିଷ୍ଠ ଆଇନଜୀବୀ ଗଗନ ବିହାରୀ ଜେନା,ନିରଞ୍ଜନ ବଳ, ସେକ ଅଜିମୁଦ୍ଦିନ, ରବିନ୍ଦ୍ର ଦାସ, ଅରୁଣ ପ୍ରସାଦ ଦାସ, ଇତିହାସ ଲେଙ୍କା, ବ୍ରଜ ସୁନ୍ଦର ରାଉତ , ମାନସ ରଂଜନ ଧଳ, ରଂଜନ କୁମାର ପଣ୍ଡା, ବିଚିତ୍ରା ନନ୍ଦ ବାରିକ, ହାଡିବନ୍ଧୁ ସିଂ, ଶାନ୍ତି ସ୍ୱରୂପ ଭୂୟାଁ, ମନୋଜ ସାହୁ, ମାନସ ମହାନ୍ତି, ସୁବାଷ ମିଶ୍ର, ସୁରେଶ ନାୟକ, ରମାକାନ୍ତ ସ୍ୱାଇଁ, ରେଣୁବାଳା ସାମଲ, ଦୀପକ ପ୍ରଧାନ, ଧିରେନ୍ଦ୍ର ଦାସ, ସତ୍ୟବ୍ରତ ସିଂ, ଅକ୍ଷୟପ୍ରିୟ ଦାସ, ସେକ ୟୁସୁଫ ପ୍ରମୁଖ ଆଇନଜୀବୀ ଓ ବୁଦ୍ଧିଜୀବୀମାନେ ସ୍ୱାଗତ କରିଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ