ଉପନିର୍ବାଚନ ପାଇଁ ବିଜେଡି ପ୍ରଚାର ରଥ ବୁଲିଲା
ଛତ୍ରପୁର: ଛତ୍ରପୁର ନିର୍ବାଚନ ମଣ୍ଡଳୀର ୧୯ନମ୍ବର ଜୋନ ଜିଲ୍ଲାପରିଷଦ ଉପନିର୍ବାଚନ ନିମନ୍ତେ ବିଜୁ ଜନତା ଦଳ ତରଫରୁ ପ୍ରମୋଦ କୁମାର ପ୍ରଧାନ ପ୍ରାର୍ଥୀ ହୋଇଛନ୍ତି । ପ୍ରମୋଦଙ୍କୁ ବିପୁଳ ଭୋଟରେ ବିଜୟୀ କରିବା ନିମନ୍ତେ ଆଜି ସ୍ଥାନୀୟ ବିଧାୟକଙ୍କ କାର୍ଯ୍ୟାଳୟ ନିକଟରେ ଥିବା ବୀରହନୁମାନ ମନ୍ଦିର ପ୍ରାଙ୍ଗଣରୁ ପ୍ରଚାର ରଥର ଶୁଭାରମ୍ଭ ହୋଇଥିଲ।। ଏହି ରଥ କୁ ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ ଓ ଆଦିକନ୍ଦ ସେଠୀ, ଛତ୍ରପୁର ବ୍ଲକ ଅଧ୍ୟକ୍ଷ ଏମ୍.ଧନଜଂୟ ବିଜେଡି ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ୧୯ନମ୍ବର ଜୋନ୍ ର ଜିଲ୍ଲାପରିଷଦ ପ୍ରାର୍ଥୀ ପ୍ରମୋଦ କୁମାର ପ୍ରଧାନ , ଛତ୍ରପୁର ବିଜେଡି ବ୍ଲକ ସଭାପତି ସପନେଶ୍ୱର ନାହାକ, ଗଂଜାମ ଜିଲ୍ଲା ଛାତ୍ର ବିଜେଡି ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ପୂର୍ବତନ ଜିଲ୍ଲପରିଷଦ ସଭ୍ୟ ଜଟିଆ ନାହାକ, ବିପୁଳିଙ୍ଗି ସରପଂଚ ଟି.ନରସିଂହ ରେଡ୍ଡୀ, ବଡମାଧପୁର ସରପଂଚ ଶରତ ଖୁଂଟିଆ, ପୋଡାପଦର ସରପଂଚ ପୀତାମ୍ବର ପଣ୍ଡା, ନରେନ୍ଦ୍ରପୁର ସମିତି ସଭ୍ୟ ଜ୍ୟୋତିରଂଜନ ସାହୁ, ଭିକାରୀପଲ୍ଲୀ ସମିତି ସଭ୍ୟ ଭାଗିରଥୀ ପ୍ରଧାନ, ଯୁବନେତା ଶହଦେବ ସାହୁ, ଏନ୍.କାମରାଜୁ ରେଡ୍ଡୀ, ସୁକାନ୍ତ ନାହାକ, ରମେଶ ବାରିକ, ସରକାରୀ ଓକିଲ ସୁରେଶ ପଣ୍ଡା, ଡମିନାଥ ସାହୁଙ୍କ ସମେତ ବିଜେଡି ନେତା ଓ କର୍ମୀ ମାନେ ଉପସ୍ଥିତ ଥିଲେ ।