ଏକ୍ସିସ୍ ବ୍ୟାଙ୍କ ପ୍ରତିଷ୍ଠା ଦବିସରେ ଚିତ୍ରାଙ୍କନ ପ୍ରତିଯୋଗିତା

ହିଞ୍ଜିଳିକାଟୁ, (ଶେଷଦେବ ସାହୁ): ଏକ୍ସିସ୍ ବ୍ୟାଙ୍କ, ହିଞ୍ଜିଳିକାଟୁ ଶାଖାର ପ୍ରଥମ ପ୍ରତିଷ୍ଠା ଦିବସ ଅବସରରେ ଗୁରୁବାର ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ପ୍ରତିଯୋଗିତାରେ ବିଭିନ୍ନ ବିଦ୍ୟାଳୟର ୩୨ ଜଣ ଶିକ୍ଷାର୍ଥୀ ଅଂଶ ଗ୍ରହଣ କରିଥିଲେ । ଶାଖା ପରିଚାଳକ ଅର୍ଚ୍ଚନା ପ୍ରିୟଦର୍ଶନୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୌରପରିଷଦର ନିର୍ବାହୀ ଅଧିକାରୀ ଡ଼ଃ. ମନୋରଂଜନ ସାହୁ ଓ ସମ୍ମାନିତ ଅତିଥି ଭାବେ କ୍ଳଷ୍ଟର ମୁଖ୍ୟ ପ୍ରଶାନ୍ତ ପାଣିଗ୍ରାହୀ ଯୋଗ ଦେଇଥିଲେ । ଚିତ୍ରାଙ୍କନ ପ୍ରତିଯୋଗିତାରେ ଜଗନ୍ନାଥ ପାଣିଗ୍ରାହୀ ପ୍ରଥମ, ମାଧବି ସାହୁ ଦ୍ୱୀତିୟ ଓ କିରଣ କୁମାର ପଣ୍ଡା ତୃତୀୟ ସ୍ଥାନ ଅଧିକାର କରିଥିଲେ । ବ୍ୟାଙ୍କ ପକ୍ଷରୁ କୃତୀ ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଯାଇଥିଲା । ଦ୍ୱୀତିୟ ପର୍ଯ୍ୟାୟରେ ଏକ ସଚେତନତା ସଭା ଆୟୋଜିତ ହୋଇଥିଲା । ଏକ୍ସିସ୍ ବ୍ୟାଙ୍କ, ହିଞ୍ଜିଳିକାଟୁ ଶାଖା ପକ୍ଷରୁ ଗ୍ରାହକ ମାନଙ୍କୁ କିପରି ଉନ୍ନତ ମାନର ସେବା ଯୋଗାଇ ଦିଆଯିବ ସେ ନେଇ ଶାଖା ପରିଚାଳକ ମନ୍ତବ୍ୟ ରଖିଥିଲେ । କାର୍ଯ୍ୟକ୍ରମକୁ ସହ ଶାଖା ପରିଚାଳକ ନିଳାଂଚଳ ସାହୁ ପରିଚାଳନା କରିଥିବା ବେଳେ ଶାଖା ସେଲସ୍ ମ୍ୟାନେଜର ମନୋଜ କୋଠିଆ, କ୍ୟାସିୟର ସୁମିତ ରାଉତ, ସୁଶାନ୍ତ ମିଶ୍ର, ଗଣେଷ ମହାରଣା, ପ୍ରବିଣ ବେହେରା, ଦିପିକା ସ୍ୱାଇଁଙ୍କ ସମେତ ବ୍ୟାଙ୍କ କର୍ମଚାରୀ ବୃନ୍ଦ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ