ଅଗ୍ରାଧିକାର ରାଷ୍ଟ୍ର ମର୍ଯ୍ୟାଦା ହରାଇବ ରୁଷ

ନୂଆଦିଲ୍ଲୀ, (ୱାଇଏନ୍ଏସ୍) :ଜାପାନ୍‍ ରୁଷଠାରୁ ‘ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ରର ମର୍ଯ୍ୟଦା’ ଛିନ୍ନ କରିବାକୁ ନିଷ୍ପତ୍ତି ନେଇଛି। ୟୁକ୍ରେନ୍‍ ଉପରେ ରୁଷର ଆକ୍ରମଣ ପାଇଁ ଜାପାନ ଏଭଳି ନିଷ୍ପତ୍ତି ନେଇଛି। ଜାପାନ୍‍ ପ୍ରଧାନମନ୍ତ୍ରୀ ଫୁମିଓ କିସିଦା ଏହା ଜଣାଇଛନ୍ତି। ରୁଷ ବିଶ୍ୱ ବାଣିଜ୍ୟ ସଂଗଠନର ସଦସ୍ୟ ଥିବାରୁ ତାକୁ ବାଣିଜ୍ୟ କ୍ଷେତ୍ରରେ ଅଗ୍ରାଧିକାର ରାଷ୍ଟ୍ର ମର୍ଯ୍ୟଦା ପ୍ରଦାନ କରାଯାଉଥିଲା। ରୁଷ ୨୦୧୨ଠାରୁ ଏହି ମର୍ଯ୍ୟାଦା ପାଇ ଆସୁଥିଲା। ବର୍ତ୍ତମାନ ଜାପାନ୍‍ ରୁଷକୁ ବିଳାସ ସାମଗ୍ରୀ ରପ୍ତାନୀ ଉପରେ କଟକଣା ଲାଗୁ କରିବ ଓ ରୁଷର ଆମଦାନୀ ହୋଇ ଆସୁଥିବା ସାମଗ୍ରୀ ଗୁଡ଼ିକ ଉପରେ ନିଷେଧାଜ୍ଞା ଲାଗୁ କରିବ। ରୁଷକୁ ବିଶ୍ୱ ବ୍ୟାଙ୍କ୍‍ ଓ ଅନ୍ୟାନ୍ୟ ଆନ୍ତର୍ଜାତିକ ସଂଗଠନରୁ ପୁଞ୍ଜିନିବେଶକୁ ବନ୍ଦ କରିବା ପାଇଁ ଜାପାନ୍‍ ଓ ଜି୭ ସଦସ୍ୟ ରାଷ୍ଟ୍ରମାନେ ପଦକ୍ଷେପ ଗ୍ରହଣ କରିବେ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ