ଡିଆରଡିଏ ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହେଲା ବାଇକ : ଦୁଇ ମୃତ

ଛତ୍ରପୁର, (ଦେବଦତ୍ତ ମହାରଣା) :ଗୁରୁବାର ବିଳମ୍ବିତ ରାତ୍ରରେ ଡିଆରଡିଏ ଛକ ନିକଟ ଜାତୀୟ ରାଜପଥରେ ଏକ ବାଇକ ଡିଭାଇଡରକୁ ପିଟି ହୋଇ ଦୁଇ ଜଣଙ୍କ ମୃତ ଘଟିଛି । ମୃତ ଦୁଇ ଜଣ ହେଲେ କୋଇଠା ଗ୍ରାମର ଅନନ୍ତରାମ ବେହେରା ଓ ରାଜୀବ ଲୋଚନ ବେହେରା । ମିଳିଥିବା ସୂଚନା ମୁତାବକ ଅନନ୍ତରାମ ଓ ରାଜୀବ ଓଡି୦୭ଏଜି୮୨୬୮ ନଂ ଏକ ବାଇକ ଯୋଗେ କୋଇଠା ରୁ ଗଞ୍ଜାମ ଦୋଳପୂର୍ଣ୍ଣମା ଯାତ୍ରା ଦେଖିବାକୁ ଯାଉଥିବା ବେଳେ ଭାରସାମ୍ୟ ହରାଇ ଡିଭାଇଡରକୁ ପିଟି ହୋଇଯାଇଥିଲେ । ଫଳରେ ଦୁହେଁ ରାସ୍ତା କଡରେ ଛିଟିକି ପଡିଥିଲେ । ଘଟଣାର ଖବର ପାଇ ୧୦୮ ଆମ୍ବୁଲାନ୍ସ ଘଟଣା ସ୍ଥଳରେ ପହଂଚି ତାଙ୍କୁ ଉଦ୍ଧାର କରି ଛତ୍ରପୁର ମେଡିକାଲକୁ ଆଣିଥିଲା । ସେଠାରେ ଉଭୟଙ୍କୁ ଡାକ୍ତର ମୃତ ଘୋଷଣା କରିଥିଲେ । ଛତ୍ରପୁର ଥାନାର ସବ ଇନସିପେକ୍ଟର ସିଲୁ ଧଳ ଘଟଣାସ୍ଥଳରେ ପହଂଚି ଗାଡି ଜବତ କରିବା ସହିତ ୧୨୬/୨୨ ପ୍ରକାରେ ଏକ ମାମଲା ରୁଜୁ କରି ଶବ ବ୍ୟବଚ୍ଛେଦ ନିମନ୍ତେ ପଠାଯାଇଥିଲା ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ