ମାନସ ମର୍ଡର ମିଷ୍ଟ୍ରିରୁ ହଟୁଛି ପରଦା : କୁଆଡେ ଗଲେ ଶର୍ମିଷ୍ଠା ?

ଭୁବନେଶ୍ୱର, (ଯୁଗାବ୍ଦ ନ୍ୟୁଜ) :ଫଟୋଗ୍ରାଫର ମାନସ ମର୍ଡର ମିଷ୍ଟ୍ରିରୁ ହଟୁଛି ପରଦା। ଓଆଇଏସ ଅଫିସର ନିରଞ୍ଜନ ସେଠୀ ଗିରଫ। ରାଜ କମ୍ୟୁନିକେସନ ମାଲିକ ରଂଜନ ନାୟକ ଗିରଫ। ଧୀରେ ଧୀରେ ଖୋଲୁଛି ହତ୍ୟା ପଛର ଗୁମର। ମାନସଙ୍କ ସ୍ତ୍ରୀର ଅଭିଯୋଗ, ସାମିଲ ଅଛନ୍ତି ନେତା ,ମନ୍ତ୍ରୀ, ଅଫିସର। ମାନସ ସ୍ବାଇଁଙ୍କ ହତ୍ୟାକାଣ୍ଡ ପଛରେ ରହିଛନ୍ତି ରାଜନେତା, ମନ୍ତ୍ରୀ ଅଫିସରଙ୍କ ହାତ ।ଶର୍ମିଷ୍ଠା ରାଉତ ମୁଖ୍ୟ ଆସାମୀ । ତାକୁ ଫାଶି ଦିଆଯାଉ । ମାନସଙ୍କ ପତ୍ନୀ ଆଜି ସିଧା ସିଧା ରାଜ୍ୟ ସରକାରଙ୍କ ନେତା ମନ୍ତ୍ରୀଙ୍କ ବିରୋଧରେ ଆଣିଛନ୍ତି ସଙ୍ଗୀନ ଅଭିଯୋଗ । ଏବେ ବଡ ପ୍ରଶ୍ନ କିଏ ସେ ଏହି ରାଜନେତା? କିଏ ସେ ଏହି ମନ୍ତ୍ରୀ ? କିଏ ସେ ଏହି ଅଫିସର ? ମାନସ, ଶର୍ମିଷ୍ଠା, ରଂଜନ ଆଉ ନିରଞ୍ଜନ । ଶର୍ମିଷ୍ଠା, ୱେବପୋର୍ଟାଲର ମାଲିକଆଣି । ଯାହାଙ୍କର ଏବେ କୌଣସି ଖବର ମିଳୁନାହିଁ । ମାନସ ହତ୍ୟାକାଣ୍ଡରେ ଶର୍ମିଷ୍ଠାଙ୍କର ବଡ ଭୂମିକା ରହିଥିବା ନେଇ ସନ୍ଦେହ ବଢୁଛି । କୁଆଡେ ଗଲେ ଶର୍ମିଷ୍ଠା ? ଶର୍ମିଷ୍ଠାଙ୍କ ସହଯୋଗୀ ଝୁନୁ ଭୋଇ ମଧ୍ୟ ଫେରାର । ପୋଲିସର ସୂଚନା ଅନୁସାରେ ଏହି ମର୍ଡରରେ ରହିଛି ନିରଞ୍ଜନଙ୍କ ସକ୍ରିୟ ଭୂମିକା । ସୂଚନା ଅନୁସାରେ ନିରଞ୍ଜନ ସେଠୀଙ୍କ ନିର୍ଦ୍ଦେଶନାରେ ଏହି ହତ୍ୟାକାଣ୍ଡ ହୋଇଥିଲା। ଅର୍ଥାତ ହତ୍ୟାକାଣ୍ଡର ଷଡଯନ୍ତ୍ର ରଚିଥିଲେ ନିରଞ୍ଜନ। ଆଉ ଏହି ମର୍ଡର ପ୍ଲାନକୁ ବାସ୍ତବ ରୁପ ଦେଇଥିଲେ ରଂଜନ। ଏପରିକି ହତ୍ୟାକାଣ୍ଡ ପୂର୍ବରୁ ମାନସକୁ ମାରଣାସ୍ତ୍ରରେ ଶକ୍ତ ଆଘାତ ଦିଆଯାଇଥିଲା । ହତ୍ୟା କରିବା ପରେ ମୃତଦେହକୁ ଲୁଚାଇବାକୁ ହୋଇଥିବା ଷଡଯନ୍ତ୍ରରେ ମଧ୍ୟ ସାମିଲ ଥିଲେ ନିରଞ୍ଜନ। ଏବେ ପୋଲିସ ନିରଞ୍ଜନଙ୍କୁ ଗିରଫ କରିଛି । ରାଜ କମ୍ୟୁନିକେସନ ମାଲିକ ରଂଜନ ନାୟକଙ୍କୁ ମଧ୍ୟ ଗିରଫ କରିଛି । ନିରଞ୍ଜନ ସୂଚନା ଓ ଲୋକସମ୍ପର୍କ ବିଭାଗରେ ଟେକନିକାଲ ଡାଇରେକ୍ଟର ରହିଥିବା ବେଳେ ଶର୍ମିଷ୍ଠାଙ୍କ ପୋର୍ଟାଲକୁ ଅହେତୁକ ଅନୁକମ୍ପା ମିଳିଥିବା ନେଇ ସୂଚନା ମିଳିଛି । ଏପରିକି ଏହି ଦୁଇ ଜଣଙ୍କ ସମ୍ପର୍କକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ଆଶଙ୍କା କରାଯାଉଛି, ଏହି ସମ୍ପର୍କ ବିଷୟରେ ମାନସଙ୍କୁ କିଛି ସଂକେତ ବୋଧହୁଏ ମିଳିସାରିଥିଲା। କାଳେ କଥା ବାହାରେ ପ୍ରଘଟ ହୋଇଯିବ ସେଥିପାଇଁ ମାନସକୁ ସବୁ-ଦିନ ପାଇଁ ରାସ୍ତାରୁ ହଟାଇବାକୁ ନିରଞ୍ଜନ ଓ ଶର୍ମିଷ୍ଠା ମିଳିତ ଭାବେ ଷଡଯନ୍ତ୍ର ରଚିଥିବା ଅନୁମାନ କରାଯାଉଛି । ପୁରା ଘଟଣାରେ ଯେଉଁ ମେମୋରି ଚିପକୁ ନେଇ ତନାଘନା ଜାରି ରହିଛି, ସେ ସମ୍ପର୍କରେ ପୋଲିସ ପାଖରେ କୌଣସି ଖବର ନାହିଁ । ହତ୍ୟାକାଣ୍ଡରେ ଏକାଧିକ ଲୋକଙ୍କ ସମ୍ପୃକ୍ତି ରହିଛି । ଚାନ୍ଦବାଲି ପୋଲିସର ଏକାଧିକ ଟିମ ବିଭିନ୍ନ ସ୍ଥାନରେ ରେଡ ଡାରି ରଖିଛନ୍ତି । ମାନସ ମର୍ଡର ଘଟଣାରେ ପୋଲିସ ପୂର୍ବରୁ ୩ଜଣଙ୍କୁ ଗିରଫ କରିସାରିଥିବା ବେଳେ ଆଜି ଆଉ ୨ଜଣଙ୍କୁ ଗିରଫ କରିଛି । ଶର୍ମିଷ୍ଠା ପୋଲିସ କବଜାକୁ ଆସିବା ପରେ ମାନସ ହତ୍ୟାକାଣ୍ଡରେ ଅଧିକ ଖୁଲାସା ହୋଇପାରିବ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ