ଛତ୍ରପୁର ରେ ବିଜେଡିର ରୋଡ୍ ସୋ

ଛତ୍ରପୁର, (ଦେବଦତ୍ତ ମହାରଣା) :-ଦିନକୁ ଦିନ ପୌର ନିର୍ବାଚନ ଉଷ୍ମତା ବୃଦ୍ଧି ପାଉଛି । ଜିଲ୍ଲାର ସଦର ମହକୁମା ଛତ୍ରପୁର ସହରରେ ରବିବାର ବିଜୁ ଜନତା ଦଳ ପକ୍ଷରୁ ଭିନ୍ନ ଢଙ୍ଗରେ ନିର୍ବାଚନୀ ପ୍ରଚାର କରାଯାଇଛି । ବିଜେଡି ଅଧ୍ୟକ୍ଷା ପ୍ରାର୍ଥୀନୀ, କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥୀନୀଙ୍କ ନିମନ୍ତେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ.ଗୋପବନ୍ଧୁ ଦାସ ଓ ସ୍ଥାନୀୟ ବିଧାୟକ ସୁବାସ ଚନ୍ଦ୍ର ବେହେରା ସାମିଲ ହୋଇ ରୋଡ ସୋ ମାଧ୍ୟମରେ ନିର୍ବାଚନ ପ୍ରଚାରକୁ ଜୋରଦାର କରିଛନ୍ତି । ଏହା ସହ ଭୋଟର ମାନଙ୍କୁ ଆକୃଷ୍ଠ କରିବା ନିମନ୍ତେ ସିନେ ଅଭିନେତ୍ରୀ ଏଲିନା ସାମନ୍ତରାୟ ଓ ଅଭିନେତା ସମ୍ବିତ୍ ଆଚାର୍ଯ୍ୟ ମଧ୍ୟ ସହରର ବିଭିନ୍ନ ୱାର୍ଡ ମାନଙ୍କରେ ବୁଲି ବିଜେଡିର ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ସମେତ ସମସ୍ତ କାଉନସିଲର ପ୍ରାର୍ଥୀ ଓ ପ୍ରାର୍ଥିନୀମାନଙ୍କ ନିମନ୍ତେ ନିର୍ବାଚନୀ ପ୍ରଚାର କରିଛନ୍ତି । ଦୁଇ ସିନେ ତାରକାଙ୍କୁ ନିକଟରେ ପାଇ ସହରବାସୀ ଉତ୍ସାହିତ ହୋଇପଡିଥିଲେ । ବହୁ ମହିଳା ଓ ଯୁବ ଗୋଷ୍ଠି ମାନେ ସିନେ ତାରକା ମାନଙ୍କ ସହ ସେଲଫି ନେଇ ଆନନ୍ଦିତ ହୋଇପଡିଥିବା ମଧ୍ୟ ଦେଖିବାକୁ ମିଳିଥିଲା । ପ୍ରାରମ୍ଭରେ ସ୍ଥାନୀୟ ପୁତ୍ତି ଗୋପାଳପୁର ସ୍ଥିତ ବିଶେଶ୍ୱର ମନ୍ଦିର ପ୍ରାଙ୍ଗଣରୁ ଛତ୍ରପୁର ବିଜେଡି ଅଧ୍ୟକ୍ଷା ପ୍ରାର୍ଥିନୀ ଟି. ଲକ୍ଷ୍ମୀଙ୍କ ସମେତ ସମସ୍ତ ଦଳୀୟ କାଉନସିଲର ପ୍ରାର୍ଥି ମାନଙ୍କୁ ସାଥିରେ ଧରି ମୁଖ୍ୟମନ୍ତ୍ରୀଙ୍କ ରାଜନୈତିକ ସଚିବ ଡଃ. ଦାସ ଓ ଛତ୍ରପୁର ବିଧାୟକ ଶ୍ରୀ ବେହେରାଏକ ବିରାଟ ବାଇକ ଶୋଭାଯାତ୍ରାରେ ବାହାରି ସମସ୍ତ ଦଳୀୟ ପ୍ରାର୍ଥି ମାନଙ୍କୁ ବିପୁଳ ସଂଖ୍ୟାରେ ଜୟଯୁକ୍ତ କରିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ହାତମୁଠାକୁ ଟାଣ କରିବା ପାଇଁ ଲୋକଙ୍କୁ ଅନୁରୋଧ କରିଥିଲେ । ଏହି ଅବସରରେ ଛତ୍ରପୁର ଲୋୟାର ବସଷ୍ଟାଣ୍ଡ ନିକଟରେ ଥିବା ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରାଯାଇଥିଲା । ଏହି ରୋଡ୍ ସୋ ରେ ଛତ୍ରପୁର ନଗର ବିଜେଡି ସଭାପତି ବି. ରାଜୁବାବୁ, ଉପସଭାପତି ଅଟଳ ବିହାରୀ ପଟ୍ଟନାୟକ, ଯୂବ ବିଜେଡି ସଭାପତି ଟି. ଚନ୍ଦ୍ର ଶେଖର ରାଓ, ୨୦ ନମ୍ବର ଜିଲ୍ଲା ପରିଷଦ ସଭ୍ୟ ଏମ୍‌. ଧନଞ୍ଜୟ ରେଡ୍ଡି, ଛାତ୍ର ବିଜେଡି ଜିଲ୍ଲା ସଭାପତି ପ୍ରଶାନ୍ତ କୁମାର ପଣ୍ଡା, ଜିଲ୍ଲା ସମ୍ପାଦକ କେ. ନାଗେଶ୍ୱର ରାଓ, ବିଜୁ ଆଇନ ସାମ୍ମୁଖ୍ୟର ଉପଦେଷ୍ଠା ତଥା ପୂର୍ବତନ ବିଧାୟକ ଅଶୋକ କୁମାର ଚୈାଧୂରୀ, ଉପସଭାପତି ଅହିଭୂଷଣ ସାହୁ, ସମ୍ପାଦକ ଏଲ. ଗୋପାଳ ରାଓ, ପୂର୍ବତନ କାଉନସିଲର ରାଜେଶ କୁମାର ସାହୁ, କିଶୋର ଚନ୍ଦ୍ର ସେନାପତି, ବାଦଲ କୁମାର ପାଣ୍ଡି, ପୂର୍ବତନ ଏନଏସି ଉପାଧ୍ୟକ୍ଷ ପ୍ରଦୋଶ କୁମାର ବେହେରା, ୧ ନଂ ୱାର୍ଡ କାଉନସିଲର ବିଜେଡି ପ୍ରାର୍ଥୀ ପି. ଜଗଦୀଶ କୁମାର, ୨ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଆଫତାବ୍ ହୁସେନ୍‌, ୩ ୱାର୍ଡ କାଉନସିଲର ପ୍ରାର୍ଥୀନୀ ମାମା ସେଠୀ, ୪ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଜି. ପାପା ରାଓ, ୫ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ଡି. ଇନ୍ଦୁ, ୭ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ଏମ୍‌. ୱାଣି ସେନାପତି, ୮ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ କେ. ରମେଶ, ୯ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ପ୍ରିତିଛନ୍ଦା ସାମଲ, ୧୦ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ଏସ୍‌. ଜଗଦୀଶ ରାଓ, ୧୧ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ସନ୍ତୋଷୀ ସେଠୀ, ୧୨ ନଂ ୱାର୍ଡ କାଉନସିଲର ପ୍ରାର୍ଥୀନୀ ବି. ନିଶ୍ଚଳା, ୧୩ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ସୁମନ୍ତ କୁମାର ନାହାକ ଓ ୧୪ ନଂ ୱାର୍ଡ କାଉନସିଲର ପ୍ରାର୍ଥୀ ପି. ତେଜାବତୀ ରାଓଙ୍କ ସମେତ ବହୁ ଦଳୀୟ ନେତା ଓ କର୍ମୀ ମାନେ ସାମିଲ୍ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ