ମୋହନାରେ ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର

ମୋହନା, (ଅଂଶୁମାନ ପଣ୍ଡା): ଦୀର୍ଘ ୨ବର୍ଷ ହେଲା କରୋନା କଟକଣା ଯୋଗୁଁ ସ୍ଥଗିତ ରହିଥିବା ଭୀମଭୋଇ ଭିନ୍ନକ୍ଷମ ସାମର୍ଥ୍ୟ ଶିବିର ସ୍ଥାନୀୟ ପଞ୍ଚାୟତ କାର୍ଯ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇ ଯାଇଛି । ଜିଲ୍ଲା ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗ ଆନୁକୂଲ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ବିଡିଓ ତପସ୍ବିନୀ ହାଁସଦା ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିବା ବେଳେ ମୁଖ୍ୟବକ୍ତା ଭାବେ ଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରିଣୀ କଲ୍ୟାଣୀ ଦାସ ଓ ସମ୍ମାନୀତ ଅତିଥି ଭାବେ ସିଡିପିଓ ଲଳିତା ମଲ୍ଲିକ ମଞ୍ଚାସୀନ ଥିଲେ । ଏଥିରେ ଦିବ୍ୟାଙ୍ଗଙ୍କ ପାଇଁ ଗ୍ରାମୀଣ ଆବାସ ଯୋଜନା, ବସ ଓ ଟ୍ରେନ ରିହାତି, ଆୟ ପ୍ରମାଣପତ୍ର, କର୍ଣ୍ଣ, ନାଶା,ଗଳା ବାଧିତ ଦିବ୍ୟାଙ୍ଗଙ୍କ ପାଇଁ ଚିକିତ୍ସା, ମାନସିକ ଦିବ୍ୟାଙ୍ଗଙ୍କ ଚିକିତ୍ସା, ଶାରୀରିକ ଦିବ୍ୟାଙ୍ଗଙ୍କ ଚିକିତ୍ସା, ଭତ୍ତା, ବିବାହ ପ୍ରୋତ୍ସାହନ, ଡିଆରଆଇ ଲୋନ, ଜାତୀୟ ପରିବାର ମଙ୍ଗଳ ଯୋଜନା, ବିଭିନ୍ନ ପ୍ରକାରର ଦିବ୍ୟାଙ୍ଗ ପାଇଁ ଉପକରଣ, ବାଣୀ ଶ୍ରୀ ଶିକ୍ଷା ବୃତ୍ତି ନିମନ୍ତେ ଆବେଦନ ଓ ପଞ୍ଜିକରଣ କରାଯାଇଥିଲା। ବିଭିନ୍ନ ଧରଣର ଦିବ୍ୟାଙ୍ଗ ମାନଙ୍କ ମଧ୍ୟରୁ ଶାରୀରିକ ବିକଳାଙ୍ଗ ମାନଙ୍କୁ ଡ୍ରାଇ ସାଇକେଲ ୨ଟି ଓ ହ୍ୱିଲ ଚେୟାର ୧୧ଟି, ଦୃଷ୍ଟି ବାଧିତଙ୍କୁ ଆଶାବାଡି ୬ଟି ପ୍ରଦାନ କରାଯାଇଥିଲା। ଅନ୍ୟ ସମସ୍ତ ଦିବ୍ୟାଙ୍ଗ ମାନଙ୍କୁ ମାସେ ମଧ୍ୟରେ ସମସ୍ତ ପ୍ରକାରର ପ୍ରମାଣପତ୍ର ଓ ସାମଗ୍ରୀ ଯୋଗାଇ ଦିଆଯିବ ବୋଲି ଅଧିକାରିଣୀ ଶ୍ରୀମତୀ ଦାସ କହିଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କର୍ଣ୍ଣ, ନାଶା,ଗଳା ବିଶେଷଜ୍ଞ ଡ.ରଶ୍ମିକାନ୍ତ ମିଶ୍ର, ଅସ୍ଥିଶଲ୍ୟ ବିଶେଷଜ୍ଞ ଡ.ଶାନ୍ତନୁ କୁମାର ପାଢ଼ୀ,ଚକ୍ଷ୍ଯୁ ବିଶେଷଜ୍ଞ ଡ.ସମୀର ଦାଶ ଯୋଗଦେଇ ଦିବ୍ୟାଙ୍ଗ ମାନଙ୍କୁ ଚିକିତ୍ସା କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ