ଛତ୍ରପୁର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହେଲା ବାଇକ : ୨ ଗୁରୁତର
ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହୋଇ ଏକ ବାଇକ ଦୁର୍ଘଟଣା ଗସ୍ତ ହୋଇଛି । ଫଳରେ ବାଇକରେ ବସିଥିବା ଦୁଇ ଜଣ ଯୁବକ ଗୁରୁତର ଆହାତ ହୋଇଛନ୍ତି । ଆହାତ ମାନେ ହେଲେ କୃଷ୍ଣପ୍ରସାଦ ଥାନା ଅନ୍ତର୍ଗତ ବ୍ରାହ୍ମଣଦେଓ ଗ୍ରାମର ଫକୀର ବିଶ୍ୱାଳ ଓ କାଳିଆ ବିଶ୍ୱାଳ । ମିଳିଥିବା ସୂଚନା ମୁତାବକ ବ୍ରାହ୍ମଣଦେଓ ଗ୍ରାମରୁ ଏକ ଓଡି୦୭ଇ୦୯୫୨ ନମ୍ବର ବିଷଷ୍ଟ ଏକ ବାଇକ ଯୋଗେ ଛତ୍ରପୁର ଅଭିମୁଖେ ଆସୁଥିବା ବେଳେ ଛତ୍ରପୁର ନିକଟ ଜାତୀୟ ରାଜପଥରେ ଡିଭାଇଡରକୁ ପିଟି ହୋଇ ରାସ୍ତା ପାଶ୍ୱର୍କୁ ଛିଟିକି ପଡିଯାଇଥିଲେ । ସ୍ଥାନୀୟ ଲୋକେ ତାଙ୍କୁ ଉଦ୍ଧାର କରି ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟକୁ ଆଣିଥିଲେ । ଘଟଣାର ଖବର ପାଇ ଛତ୍ରପୁର ଥାନାର ଏସଆଇ ବିନୟ କୁମାର ଦାସ ପହଂଚି ଦୁର୍ଘଟଣାଗସ୍ତ ବାଇକକୁ ଜବତ କରିବା ସହ ତଦନ୍ତ ଜାରି ରଖିଛନ୍ତି । ଦୁହିଁଙ୍କ ଅବସ୍ଥା ଗୁରୁତର ଥିବାରୁ ତାଙ୍କୁ ବ୍ରହ୍ମପୁର ମେଡିକାଲକୁ ସ୍ଥାନାନ୍ତରିତ କରାଯାଇଛି ।


