ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତାଙ୍କ ଗାଡିକୁ ଦୁର୍ବୁତ୍ତ ଭାଙ୍ଗିଲେ

କନ୍ଧମାଳ, (ସଞ୍ଜୟ କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲା ବିଜେପି ପ୍ରଭାରୀ ତଥା ରାଜ୍ୟ ବିଜେପି ପ୍ରବକ୍ତା ବିରଞ୍ଚି ନାରାୟଣ ତ୍ରିପାଠୀଙ୍କ ଗାଡିକୁ କୌଣସି ଦୁର୍ବୁତ୍ତ ଗତ ରାତିରେ ଭାଙ୍ଗିଥିବା ଜଣାପଡିଛି । ପ୍ରକାଶ ଯେ, ଶ୍ରୀ ତ୍ରିପାଠୀ କନ୍ଧମାଳ ଜିଲା ଫୁଲବାଣୀରେ ପୌରପରିଷଦ ପ୍ରଚାର କରି ରାତିରେ ୬ନଂ. ୱାର୍ଡରେ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତିଙ୍କ ଘରେ ରାତ୍ରିଯାପନ କରିଥିଲେ। ତାଙ୍କ ମାରୁତି ୱାଗନର ଗାଡିଟି ଘର ପାଖରେ ରଖିଥିଲେ।  ସକାଳେ ଦେଖିଲା ବେଳକୁ ଗାଡିର ପଛ ପାଖ କାଚ କୁ ପଥର ମାରି ଭାଙ୍ଗି ଦେଇଥିବା ଦେଖିବାକୁ ମିଳିଛି। ଏହା ସହିତ କିଛି ବିଜେପି ବ୍ୟାନର କୁ ମଧ୍ୟ ଚିରି ଫୋପାଡ଼ି ଦେଇଛନ୍ତି। ଏହା ଆଗରୁ ମଧ୍ୟ ବିଜେଡି ପୋଷ୍ଟରକୁ ଚିରିବା ସହିତ ବିଜେଡି କର୍ମୀଙ୍କୁ ମାଡ ମାରିଥିବା ଥାନାରେ ଅଭିଯୋଗ ହୋଇଥିଲା। ପୋଲିସ କୌଣସି କାର୍ଯ୍ୟାନୁଷ୍ଠାନ କରୁନାହିଁ ବୋଲି ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ଭଗବାନ ମହାନ୍ତି ପ୍ରକାଶ କରିଛନ୍ତି ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ