ଭିଜିଲାନ୍ସ କୋର୍ଟର ରାୟ : ଦୁଇ ଜଣଙ୍କୁ କର୍ମଚାରୀଙ୍କୁ କାରାଦଣ୍ଡ ସହ ଜରିମାନା ଆଦାୟ ପାଇଁ ନିର୍ଦ୍ଦେଶ
ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :ଗଜପତି ଜିଲ୍ଲା ଶିକ୍ଷା ବିଭାଗର ୨ଜଣ ତଥା ଜଣେ ଅବସରପ୍ରାପ୍ତ କର୍ମଚାରୀ ଏବଂ ଜଣେ କାର୍ଯ୍ୟରତ କର୍ମଚାରୀଙ୍କ ବିରୁଦ୍ଧରେ ହୋଇଥିବା ମାମଲାର ଶୁଣାଣି ବ୍ରହ୍ମପୁର ସ୍ଥିତ ଭିଜିଲାନ୍ସ କୋର୍ଟ ତରଫରୁ ରାୟ ପ୍ରକାଶ ପାଇଛି । ଗତ ୨୦୧୨ ମସିହାରେ ଉଭୟ ଅଭିଯୁକ୍ତଙ୍କ ବିରୁଦ୍ଧରେ ଏକ ଲାଞ୍ଚ କାରବାର ମାମଲା ଦାୟର ହୋଇଥିଲା । ସେତେବେଳେ ଉଭୟଙ୍କ ବିରୁଦ୍ଧରେ ୧୪/୧୨ରେ ଭିଜିଲାନ୍ସ କେସ ରୁଜୁ କରାଯାଇଥିଲା । ଏମାନେ ହେଲେ ତତ୍କାଳୀନ କାଶୀନଗର ବ୍ଲକର ସହକାରୀ ଶିକ୍ଷକ ତଥା ଅବସରପ୍ରାପ୍ତ କାଶୀନଗର ବ୍ଲକର ସହକାରୀ ଜିପିଓ ରବୀନ୍ଦ୍ର କୁମାର ପଣ୍ଡା ଏବଂ ତତ୍କାଳୀନ ଜୁନିଅର ଆକାଉଣ୍ଟାଣ୍ଟ ତଥା ବର୍ତ୍ତମାନ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟରେ କାର୍ଯ୍ୟରତ କିରାଣୀ ଚନ୍ଦ୍ରଶେଖର ବେହେରା ବୋଲି ଜଣାପଡିଛି । ଉଭୟ ଏହି ଲାଞ୍ଚକାରବାର ମାମଲାରେ ଜଡିତ ଥିବାର ପ୍ରମାଣ ଥିବାରୁ ଭିଜିଲାନ୍ସ କୋର୍ଟ ରାୟ ପ୍ରକାଶ କରି ପ୍ରତ୍ୟେକଙ୍କୁ ଦୁଇବର୍ଷ କାରାଦଣ୍ଡ ସହ ଜରିମାନା ବାବଦରେ ୫ହଜାର ଟଙ୍କା ପୈଠକରିବାକୁ ନିର୍ଦ୍ଦେଶ ଦିଆଯାଇଥିବାର ଭିଜିଲାନ୍ସ ବିଭାଗ ସୂତ୍ରରୁ ସୂଚନା ପ୍ରଦାନ କରାଯାଇଛି ।


