ପୌର ନିର୍ବାଚନ ପାଇଁ ବେଲଗୁଣ୍ଠା ପଟେଲ୍ ରୋଡ଼୍ ସ୍କୁଲରେ ପିଙ୍କ୍ ବୁଥ୍

ଗାଙ୍ଗପୁର, (ସନ୍ତୋଷ ବିଶୋଇ) :ଆଜି ବେଲଗୁଣ୍ଠା ବ୍ଳକ୍ ରେ ଅନୁଷ୍ଠିତ ହେବ ପୌର ନିର୍ବାଚନ I ଏହି ନିର୍ବାଚନରେ ମହିଳାଙ୍କୁ ଆକୃଷ୍ଟ କରିବା ପାଇଁ ବେଲଗୁଣ୍ଠା ସ୍ଥିତ ପଟେଲ୍ ରୋଡ଼୍ ବିଦ୍ୟାଳୟ ପରିସରରେ 7 ନମ୍ବର୍ ୱାର୍ଡ୍ ର ବୁଥ୍ ନମ୍ବର୍-8 ରେ ପ୍ରସ୍ତୁତ ହୋଇଛି ପିଙ୍କ୍ ବୁଥ୍ I ଏହି ବୁଥ୍ ରେ 816 ଜଣ ମହିଳା ଭୋଟର ଭୋଟ୍ ଦେବେ I ପିଙ୍କ୍ ବୁଥ୍ ରେ ମହିଳା ପୋଲିଂ କର୍ମଚାରୀମାନେ ନିଯୁକ୍ତ ହୋଇଛନ୍ତି I ସୂଚନା ଅନୁସାରେ ଏହି ପିଙ୍କ୍ ବୁଥ୍ ରେ ପ୍ରିଜାଇଡ଼ିଂ ଅଫିସର୍ ଭାବେ ଶିକ୍ଷୟିତ୍ରୀ ରେଣୁପ୍ରଭା ଦାଶ ,ପ୍ରଥମ ପୋଲିଂ ଅଧିକାରୀ ଭାବେ ସସ୍ମିତା ରାଣୀ ଦାସ୍, ଦ୍ୱିତୀୟ ପୋଲିଂ ଅଧିକାରୀ ଭାବେ ଅନୀତା ମଲ୍ଲିକ, ତୃତୀୟ ପୋଲିଂ ଅଧିକାରୀ ଭାବେ ସାବିତ୍ରି ମହାପାତ୍ର ଏବଂ ଚତୁର୍ଥ ପୋଲିଂ ଅଧିକାରୀ ଭାବେ ପ୍ରମିଳା ନାଇକ ନିଯୁକ୍ତ ହୋଇଛନ୍ତି I ବୁଥ୍ ର ସେକ୍ଟର୍ ଅଫିସର୍ ଭାବେ ପ୍ରିୟବ୍ରତ ଦଣ୍ଡପାଟ ଏବଂ ମନୋଜ କୁମାର ପ୍ରଧାନ ନିଯୁକ୍ତ ହୋଇଥିବା ବେଳେ ଆସିଷ୍ଟାଣ୍ଟ ସେକ୍ଟର୍ ଅଫିସର୍ ଭାବେ ବାଳକୃଷ୍ଣ ସାବତ, ସୁବ୍ରତ ପାତ୍ର,ମୃତ୍ୟୁଞ୍ଜୟ ରଥ ଏବଂ ପୂର୍ଣ୍ଣଚନ୍ଦ୍ର ମହାନ୍ତି ନିଯୁକ୍ତ ହୋଇଛନ୍ତି I ବେଲଗୁଣ୍ଠା କାର୍ଯ୍ୟ ନିର୍ବାହି ଅଧିକାରୀ ରାକେଶ କୁମାର ପାତ୍ର, ତହସିଲଦାର ଧରଣୀଧର ବେହେରା ଏବଂ ଗୋଷ୍ଠୀ ଶିକ୍ଷା ଅଧିକାରୀ ପ୍ରସନ୍ନ କୁମାର ବେହେରା ବୁଥ୍ ରା ତଦାରଖ କରୁଛନ୍ତି I ବେଲଗୁଣ୍ଠା ଥାନା ଅଧିକାରୀଙ୍କ ତତ୍ତ୍ୱାବଧାନରେ ପୋଲିସ୍ କର୍ମଚାରୀ ଉଭୟ ବୁଥ୍ ର ସୁରକ୍ଷା ବ୍ୟବସ୍ଥା ଯାଞ୍ଚ୍ କରୁଛନ୍ତି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ