ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :କୁସୁମୀ ବ୍ଲକ ର ଡଭା ପ୍ରାଥମିକ ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ବିଶ୍ୱ ଯକ୍ଷ୍ମା ଦିବସ ପାଳିତ ହୋଇଯାଇଛି l ଏହି ଅବସରରେ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ପରେଶ୍ ଚନ୍ଦ୍ର କିସ୍କୁ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଶୋଭାରେ ଉଦବୋଧନ ଦେଇ ଯୋକ୍ଷ୍ମା ରୋଗର କାରଣ, ନିରାକରଣ ତଥା ଜନସଚତନତା ଉପରେ ବିଶେଷ ଆଲୋଚନା କରିଥିଲେ l ବା ଦା ମ ପାହାଡ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ର ବରିଷ୍ଠ ଯକ୍ଷ୍ମା ତଦାରଖ କାରୀ ରୋହିତ କୁମାର ବାରିକ ଆଲୋଚନାରେ ଭାଗ ନେଇ ଯକ୍ଷ୍ମା ପାଇଁ ସରକାରୀ ଯୋଜନା ଓ ସହାୟତା ସଂପର୍କ ରେ ସୂଚନା ଦେବା ସହିତ ଦେଶକୁ ୨୦୨୫ ମସିହା ସୁଦ୍ଧା ଯକ୍ଷ୍ମା ରୋଗ ମୁକ୍ତ କରିବା ପାଇଁ ପ୍ରଧାନମନ୍ତ୍ରୀ ଙ୍କ ସ୍ୱପ୍ନ କୁ ସଫଳ କରିବା ଲକ୍ଷ୍ୟ ନେଇ ସ୍ୱାସ୍ଥ୍ୟ ବିଭାଗରେ ଯୋଜନା ପ୍ରସ୍ତୁତ କରି କାର୍ଯକ୍ରମ ଚାଲୁରହିଛି l ତା ସହିତ ଆମ ଜିଲ୍ଲା ରେ ପିରାମଲ୍ ସ୍ୱାସ୍ଥ୍ୟ ର କର୍ମଚାରୀ ମାନେ ସ୍ୱାସ୍ଥ୍ୟ ବିଭାଗ କୁ ହାତ ମିଳାଇ ପ୍ରତ୍ୟେକ ଗାଁ କୁ ଗାଁ ଯାଇ ଜନସଚେତନତା ସହିତ କଫ ସଂଗ୍ରହ ଦାୟିତ୍ଵ ନେଇଛନ୍ତି l ଏହି ସଭାରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପି. ଏଚ. ଇ .ଓ. ଗୋପୀନାଥ ହେମ୍ବ୍ରମ ପୁଷ୍ଟି କର ଖାଦ୍ୟ ଓ ଆର୍ଥିକ ସହାୟତା ବିଷୟ ରେ ଆଲୋଚନା କରିଥିଲେ l ଶେଷରେ ପି. ଏଚ୍. ଇ. ଓ. ଗୋପୀନାଥ ହେମ୍ବ୍ରମ ଧନ୍ୟବାଦ୍ ଅର୍ପଣ କରିଥିଲେ l ଏହି ଅବସର ରେ ଡଭା ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର ଅଧୀନରେ କାର୍ଯ୍ୟରତ ଟି.ବି. ଚମ୍ପିୟାନ ଭାଗମାତ ମାଝୀ, ଏଲ୍. ଟି. ପ୍ରଶାନ୍ତ କୁମାର ମହାନ୍ତ, ଆଶା କର୍ମୀ, ଏସ. ଏଚ଼. ଜି. ଗ୍ରୁପ ର ମେମ୍ବର ଏବଂ ବିଦ୍ୟାଳୟ ର ଛାତ୍ର ମାନେ ବହୁତ୍ ମାତ୍ରା ରେ ସାହାଯ୍ୟ ଓ ସହଯୋଗ କରିଥିଲେ l

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ