ସାମ୍ନାକୁ ଆସିଲା ଶର୍ମିଷ୍ଠାଙ୍କ ବୃଦ୍ଧାଶ୍ରମର ରହସ୍ୟମୟ ଘଟଣା : ନିୟମିତ ଆଶ୍ରମକୁ ଆସୁଥିଲେ ଘଂଟା ଘଂଟା ଧରି ରହୁଥିଲେ ଦିଲ୍ଲୀପ ଖଟେଇ : ଉଠିଲା ପ୍ରଶ୍ନ କିଏ ଏହି ବ୍ୟକ୍ତି

ଭୁବନେଶ୍ୱର, (ଓ୍ବାଇଏନ୍ଏସ୍) :କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁ ହତ୍ୟା ଘଟଣାରେ ମୁଖ୍ୟ ଅଭିଯୁକ୍ତ ଶର୍ମିଷ୍ଠା ରାଉତଙ୍କ ଆଶ୍ରମକୁ ଜଣେ ବ୍ୟକ୍ତିଙ୍କ ବାରମ୍ବାର ଆସିବା ସନ୍ଦେହ ସୃଷ୍ଟି କରିଛି । ଶର୍ମିଷ୍ଠାଙ୍କ ଭୁବନେଶ୍ୱର ସ୍ଥିତ ବୃଦ୍ଧାଶ୍ରମର ରେଜିଷ୍ଟର କନକ ନ୍ୟୁଜର ହସ୍ତଗତ ହୋଇଛି । ଏହି ରେଜିଷ୍ଟରକୁ ଅନୁଧ୍ୟାନ କରିବା ପରେ ଏକ ରହସ୍ୟମୟ ବ୍ୟକ୍ତିଙ୍କ ସୁରାକ ମିଳିଛି ।ଏହି ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦିଲ୍ଲୀପ ଖଟେଇ । ଆଶ୍ଚର୍ଯ୍ୟଜନକ ଭାବେ ଏହି ବ୍ୟକ୍ତି ଜଣଙ୍କ ବାରମ୍ବାର ଏହି ଆଶ୍ରମକୁ ଆସୁଥିଲେ । ପ୍ରାୟ ପ୍ରତିଦିନ ଏହି ବ୍ୟକ୍ତି ଜଣଙ୍କ ଆଶ୍ରମକୁ ଆସନ୍ତି ଓ ପ୍ରାୟ ୭-୮ ଘଂଟା ରହନ୍ତି । ଭିଜିଟର ରେଜିଷ୍ଟରରେ ସେ ‘ଡିକେ’ ଲେଖି ସାଇନ୍ କରନ୍ତି । ସକାଳ ୮ଟା ୯ଟାରେ ପହଂଚି ଯାଆନ୍ତି ଏବଂ ୩ଟା ୪ଟା ପର୍ଯ୍ୟନ୍ତ ରହନ୍ତି । ପ୍ରଶ୍ନ ଉଠୁଛି ଏହି ଦିଲ୍ଲୀପ ଖଟେଇ ଜଣଙ୍କ କିଏ ? ଏହି ରେଜିଷ୍ଟରରେ ଅଗଷ୍ଟ ମାସରୁ ଜାନୁଆରୀ ଯାଏଁ ତଥ୍ୟ ରହିଛି । ଫେବ୍ରୁଆରୀ ମାସରୁ ରହିଥିବା ସମସ୍ତ ପୃଷ୍ଠାକୁ ଚିରି ଦିଆଯାଇଛି । ଏଠାରେ ଉଲ୍ଲେଖ କରାଯାଇପାରେ ଯେ, ଫେବ୍ରୁଆରୀ ୭ ତାରିଖରେ ଚାନ୍ଦବାଲି ଅଂଚଳରୁ କ୍ୟାମେରାମ୍ୟାନ୍ ମାନସ ସ୍ୱାଇଁଙ୍କୁ ଅପହରଣ କରାଯାଇଥିଲା, ଏହା ପରେ ତାଙ୍କୁ ହତ୍ୟା କରାଯାଇଥିଲା । ସେପଟେ ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସଂପର୍କ ବିଭାଗର ପୂର୍ବତନ ନିର୍ଦ୍ଦେଶକ ନିରଞ୍ଜନ ସେଠୀଙ୍କୁ ପୋଲିସ ଗିରଫ କରିଛି । କିନ୍ତୁ ଏଯାଏଁ ଶର୍ମିଷ୍ଠା ରାଉତ ଧରାପଡ଼ି ନାହାନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ