ପ୍ରତିଯୋଗିତାରେ ଅଂଶ ଗ୍ରହଣ କଲେ ଛତ୍ରପୁର ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ନୃତ୍ୟଶିଳ୍ପୀ
ଛତ୍ରପୁର, (ଦେବଦତ୍ତ ମହାରଣା) :ଆଜି ଭୁବନେଶ୍ୱରରେ ଆୟୋଜିତ ହୋଇଥିବା ମୋକ୍ଷ୍ୟ ମହୋତ୍ସବରେ ଛତ୍ରପୁର ଜୟ ଗଣେଷ କଳା ବିକାଶ କେନ୍ଦ୍ର ର ନୃତ୍ୟଶିଳ୍ପୀ ମାନେ ସେମାନଙ୍କ ନୃତ୍ୟ ପ୍ରଦର୍ଶନ କରିବା ପାଇଁ ମନୋନୀତ ହୋଇ ନୃତ୍ୟ ପ୍ରଦର୍ଶନ କରିଛନ୍ତି । ସେମାନେ ଆଜି ସନ୍ଧ୍ୟାରେ ଭୁବନେଶ୍ୱର ର ଏକାମ୍ର ହାଟ ରେ ଆୟୋଜିତ ହୋଇଥିବା ମୋକ୍ଷ୍ୟ ମହୋତ୍ସବରେ ଦୁର୍ଗା ତାଣ୍ଡବ (ଦଶ ମହାବିଦ୍ୟା) ନୃତ୍ୟ ପରିବେଷଣ କରିବାର କାର୍ଯ୍ୟକ୍ରମ ରହିଛି । ଗତ ଡିସେମ୍ବର ମାସ ୨୭ ତାରିଖରେ ଭୁବନେଶ୍ୱର ରବିନ୍ଦ୍ର ମଣ୍ଡପରେ ଆୟୋଜିତ ଏକ ମହୋତ୍ସବରେ ଶିବ ପଂଚାକ୍ଷର ନୃତ୍ୟ ପରିବେଷଣ କରିବା ପରେ ସେମାନେ ଏହି ପ୍ରତିଯୋଗିତା ପାଇଁ ମନୋନୀତ ହୋଇଥିବା ଗୁରୁ ଅଳକା ସାହୁ କହିଛନ୍ତି । ଏହି ପରିପ୍ରେକ୍ଷୀରେ ଶୁକ୍ରବାର ପୂର୍ବାହ୍ନରେ ଗୁରୁ ଅଳକା ସାହୁ ଭାଗ ନେବାକୁ ଥିବା ସମସ୍ତ ନୃତ୍ୟଶିଳ୍ପୀକୁ ସାଥିରେ ଧରି ଭୁବନେଶ୍ୱର ଅଭିମୁଖେ ବାହାରିଛନ୍ତି । ଏହି ଟିମ୍ ରେ ଦେବୀ କୁମାରୀ, ଶିବାଙ୍ଗୀ, ସ୍ମୃତି ରେଖା, ଟି. ଆଶାରାଣୀ, ଡି. ଲଳିତାଞ୍ଜଳୀ, ସାଗର ଦଳାଇ ଓ କେଶବ ବେହେରା ରହିଛନ୍ତି । ଏମାନଙ୍କୁ ଛତ୍ରପୁର ସହରର ବହୁ ବୁଦ୍ଧିଯିବୀ ଓ ସ୍ଥାନୀୟ ବାସିନ୍ଦା ମାନେ ଅଭିନନ୍ଦନ ଜଣାଇଛନ୍ତି ।


