୫ ଦିନରେ ପେଟ୍ରୋଲ ୨.୫୬ ଟଙ୍କା ବୃଦ୍ଧି
ହିଂଜିଳିକାଟୁ, (ଶେଷଦେବ ସାହୁ): ବାରମ୍ବାର ବୃଦ୍ଧି ପାଇବାରେ ଲାଗିଛି ତୈଳ ଦର । ଏଥି ସହ ଗ୍ୟାସ ସିଲିଣ୍ଡର ପିିଛା ଏକାଥରକେ ୫୦ଟଙ୍କା ଦର ବୃଦ୍ଧି ପାଇଛି । ଦେଶରେ ସୋମବାର ମଧ୍ୟରାତ୍ରରୁ ତୈଳ ଦର ବୃଦ୍ଧି ପାଇଥିବା ବେଳେ ଗୁରୁବାର ରାତିରୁ ପେଟ୍ରୋଲ ଓ ଡିଜେଲର ମୂଲ୍ୟ ବୃଦ୍ଧି ପାଇଛି । ହିଂଜିଳିକାଟୁ ସହରରେ ପୂର୍ବରୁ ପେଟ୍ରୋଲ ଦର ଲିଟର ପିଛା ୧୦୫.୦୩ ଟଙ୍କା ରହିଥିବା ବେଳେ ଡିଜର ଦର ଲିଟର ପିଛା ୯୪.୭୯ଟଙ୍କା ରହିଛି । ଏପରକି ଏକ୍ସଟ୍ରା ପିମିୟମ ପେଟ୍ରୋଲ ଲିଟର ପିଛା ଦର ୧୦୯.୪୮ ଟଙ୍କା ରହିଥିବା ବେଳେ ଗୁରୁବାର ମଧ୍ୟରାତ୍ରୀରେ ପେଟ୍ରୋଲ ଓ ଡିଜେଲ ଲିଟର ପିଛା ୮୬ ପଇସା ବୃଦ୍ଧି ପାଇ ୧୦୫.୮୯ଟଙ୍କା ଓ ଡିଜେଲ ଦର ଲିଟର ପିଛା ୯୫.୬୪ ଟଙ୍କା ରହିଛି । ସେହିପରି ଏକ୍ସଟ୍ରା ପିମିୟମ ପେଟ୍ରୋଲ ଲିଟର ପିଛା ଦର ୧୧୦.୩୪ ଟଙ୍କା ରହିଥିବା ଜଣାପଡିଛି । ଗ୍ୟାସ ଦର ମଧ୍ୟ ସିଲିଣ୍ଡର ପିଛା ୫୦ଟଙ୍କା ବୃଦ୍ଦି ପାଇ ୯୪୯.୫୦ ଟଙ୍କା ରହିଛି ।୧ ଯାହାକୁ ନେଇ ଗୃହିଣୀଙ୍କ ମଧ୍ୟରେ ଗଭୀର ଅସନ୍ତୋଷ ଭାବ ଦେଖିବାକୁ ମିଳିଛି ।


