ପ୍ରଶାସନକୁ କଲେନି ଭରସା : ଷ୍ଟ୍ରଙ୍ଗରୁମ ବାହାରେ ଜଗିଲେ ସ୍ୱାଧିନ ପ୍ରାର୍ଥୀ
ହିଂଜିଳିକାଟୁ, (ଶେଷଦେବ ସାହୁ) : ଗୁରୁବାର ରାଜ୍ୟର ୧୦୬ ପୌର ସଂସ୍ଥା ଓ ୩ ମହାନଗର ନିଗମରେ ନିର୍ବାଚନ ଶେଷ ହୋଇଛି । ଅନୁରୁପ ଭାବେ ରାଜ୍ୟ ମୁଖ୍ରମନ୍ତ୍ରୀଙ୍କ ନିର୍ବାଚନ ମଣ୍ଡଳୀ ହିଂଜିଳିକାଟୁ ପୌର ପରିଷଦରେ ମଧ୍ୟ ଗୁରୁବାର ଶାନ୍ତି ଶୃଙ୍ଖଳାର ସହ ନିର୍ବାଚନ ଶେଷ ହୋଇଛି । ମତଦାନ ଅପରାହ୍ନ ୫ଟାରେ ଶେଷ ହେବା ପରେ ସମସ୍ତ ବୁଥରୁ ସୁରକ୍ଷା ବଳୟ ମଧ୍ୟରେ ଇଭିଏମ ସେମିନକୁ ଆଣି ପୌର ପରିଷଦ କାର୍ଯ୍ୟାଳୟ ଷ୍ଟ୍ରଙ୍ଗରୁମରେ ରଖାଯାଇଛି । ସୁରକ୍ଷା ସକାଶେ ଷ୍ଟ୍ରଙ୍ଗରୁମ ବାହାରେ ପୁଲିସ ମୃତୟନ କରାଯାଇଛି । ହେଲେ କିଛି ୱାର୍ଡରେ ବିଜେଡି ପ୍ରାର୍ଥୀ ମାନେ ପରାଜୟ ହେବାର ସମ୍ଭାବନା ରହିଥିବାରୁ କାଳେ ପ୍ରଶାସନ କିଛି ଇଭିଏମ ମେସିନକୁ ଗଡବଡ କରି ବିଜୟୀ କରିବା ଲକ୍ଷ୍ୟ ରଖିଛି ସନ୍ଦେହ କରିଛନ୍ତି ସଂପୃକ୍ତ ୱାର୍ଡର ସ୍ୱାଧିନ ପ୍ରାର୍ଥୀ ସମେତ ସମର୍ଥକ । ଏଭଳି ପରିସ୍ଥିତିରେ କିଛି ୱାର୍ଡର ସ୍ୱାଧିନ ପ୍ରାର୍ଥୀ ଓ ସମର୍ଥକ ମାନେ ଗୁରୁବାର ରାତିରୁ ଷ୍ଟ୍ରଙ୍ଗରୁମ ସମ୍ମୁଖରେ ଡେରା ପକାଇ ବସିଛନ୍ତି । କାଳେ କିଛି ବି ଗଡବଡ ହୋଇଯିବ, ସନ୍ଦେହ କରି ଜଗି ବସିଛନ୍ତି । ପୌର ପ୍ରଶାସନ ପକ୍ଷରୁ ଷ୍ଟ୍ରଙ୍ଗରୁମ ସମେତ ପୌର କାର୍ଯ୍ୟାଳୟ ପରିସରକୁ ସିସି ଟିଭି ପରିସରଭୁକ୍ତ କରାଯାଇ ଏଲଇଡି ସ୍କ୍ରିନ ମାଧ୍ୟମରେ ପ୍ରଦର୍ଶିତ କରାଯାଉଛି । ଶନିବାର ସକାଳ ୮ଟାରୁ ପୌର କାର୍ଯ୍ୟାଳୟ ପରିସରରେ ଭୋଟ ଗଣତି ହେବ । ପ୍ରକାଶ ଥାଉକି, ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ଉଚ୍ଛଦାନ ଶେଷ ପରେ କିଛି ପଂଚାୟତର ସରପଂଚ, ସମିତିମେମ୍ବର ପ୍ରାର୍ଥୀ ଓ ସମର୍ଥକ ମାନେ ବ୍ଳକ କାର୍ଯ୍ୟାଳୟ ବେଲଟ୍ ବକ୍ସ ରଖାଯାଇଥିବା ଷ୍ଟ୍ରଙ୍ଗରୁମ ବାହାରେ ଭୋଟ ଗଣତି ପର୍ଯ୍ୟନ୍ତ ଜଗି ରହିଥିବାର ଦେଖିବାକୁ ମିଳିଥିଲା ।


