ଦୁହୁରିଆ ବଜାର କମିଟି ପକ୍ଷରୁ ଦୋଳ ଉତ୍ସବ
କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) : ଦୁହୁରିଆ ସ୍ଥିତ ଶ୍ରୀ ଶ୍ରୀ ଶୁଭଲକ୍ଷ୍ମୀ କ୍ରସିଂ ବଜାର କମିଟି ପକ୍ଷରୁ ପବିତ୍ର ଦୋଳ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଶ୍ରୀଲଛମନଜୀଉ, ଶ୍ରୀ କପିଳଜୀଉ ଠାକୁରହାଟ ମଠ ପକ୍ଷରୁ ସୁସଜ୍ଜିତ ବିଭାନରେ ଆସିଥିବା ରାଧାକୃଷ୍ଣଙ୍କ ଯୁଗଳମୂର୍ତ୍ତିକୁ କମିଟି ପକ୍ଷରୁ ଭୋଗ ଲାଗି କରାଯାଇଥିଲା । ଏହି ଉତ୍ସବରେ କ୍ରସିଂ ବଜାରର ସମସ୍ତ ବ୍ୟବସାୟୀ ଓ ଶ୍ରଦ୍ଧାଳୁ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଯମଧର ଗ୍ରାମପଞ୍ଚାୟତ ସରପଞ୍ଚ ରାଜକିଶୋର ଖୁଣ୍ଟିଆ, ସମିତିସଭ୍ୟ ଦେବାଶିଷ ଦାସ, ଯମଧର ପଞ୍ଚାୟତର ବିଜେଡି ସଭାପତି ଦାମୋଦର ଜେନା, ସୁଧୀର ଦାସ, ସଞ୍ଜୟ କୁମାର ପଲାଇ, ବଜାର କମିଟିର ସଭାପତି ସୌମ୍ୟରଞ୍ଜନ ସାହୁ, ସମ୍ପାଦକ ପ୍ରଦୀପନାଥ ଶର୍ମା, କୋଷାଧ୍ୟକ୍ଷ ମନୋରଞ୍ଜନ ବିଶ୍ୱାଳ, କୈଳାଶ ସେଠୀ, ଉପସଭାପତି ଅସୀତ ମହାନ୍ତି, କାହ୍ନୁଚରଣ ବିଶ୍ୱାଳ, ବସନ୍ତ କୁମାର ମଲ୍ଲିକ, ଦୁର୍ଗା ପ୍ରସାଦ ନାଥଶର୍ମା, ବୀରେନ୍ଦ୍ର ବିଶ୍ୱାଳ ଉପସ୍ଥିତ ରହି କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।


