ତାମ୍ପରା ନିକଟ ଜାତୀୟ ରାଜପଥ କଡରେ ପେଟ୍ରୋଲ ପମ୍ପ୍ ଉଦଘାଟିତ 

ଛତ୍ରପୁର, (ଦେବଦତ୍ତ ମହାରଣା) :ଛତ୍ରପୁର ଥାନା ଅନ୍ତର୍ଗତ ତାମ୍ପରା ବୋଟ୍ କ୍ଲବ ସମୁଖ ଜାତୀୟ ରାଜପଥ କଡରେ ଇଣ୍ଡିଆନ ତୈଳ କମ୍ପାନୀ ଦ୍ୱାରା ସ୍ୱୀକୃତି ପ୍ରାପ୍ତ  ସାଇ ସ୍ୱାସ୍ତିକ ପେଟ୍ରୋଲ ପମ୍ପ ଶୁକ୍ରବାର ସନ୍ଧ୍ୟାରେ ଉଦଘାଟିତ ହୋଇଯାଇଛି l ଯାହା ଫଳରେ ଛତ୍ରପୁର ,ଗଞ୍ଜାମ ସହର ମଧ୍ୟରେ ଥିବା ବିଭିନ୍ନ ଗ୍ରାମର ଜନସାଧାରଣ  ବେଶ୍ ଖୁସି ପ୍ରକାଶ କରିବା ସହ ବିଭିନ୍ନ ଲାଇନ ଗାଡି ଗୁଡିକ ମଧ୍ୟ ଏହା ଦ୍ୱାରା ଉପକୃତ ହେବେ ମଧ୍ୟ ପେଟ୍ରୋଲ ପମ୍ପର ମାଲିକ ତଥା ଡିଲର ଜି.ଗାୟତ୍ରୀ ରେଡି ପ୍ରକାଶ କରିଛନ୍ତି l ପ୍ରାରମ୍ଭରେ ହିନ୍ଦୁ ରୀତିନୀତି ଅନୁସାରେ ପୂଜକ ଓ କର୍ତାଙ୍କ ଦ୍ୱାରା ପୂଜା ପାଠ ହୋଇଥିଲା l ପରେ ସମାଜସେବୀ ଜି.ଆମୁଲୁ ରେଡ୍ଡୀ ରିବନ କାଟି ଶୁଭ ଉଦଘାଟନ କରିଥିଲେ l ଏହି ଅବସର ରେ ଜି.ବିଶ୍ୱନାଥ ରେଡ୍ଡୀ ,ଯୁବ ବ୍ୟବସାୟୀ ଜି.ଭାସ୍କର ରେଡ୍ଡୀ ଓ ତାଙ୍କର ଧର୍ମପତ୍ନୀ ଜି.ଗାୟତ୍ରୀ ରେଡ୍ଡୀ ,ପ୍ୟାରୀ ସିଂ ,ଦଲଜିତ୍ ସିଂଙ୍କ ସମେତ ବହୁ କର୍ମଚାରୀ ଓ ଆଖପାଖ ଅଞ୍ଚଳର ବ୍ୟକ୍ତିବିଶେଷ ଉପସ୍ଥିତ ଥିଲେ l
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ