ଶିଶୁ ସୁରକ୍ଷା ପ୍ରଶିକ୍ଷଣ ଶିବିର
ଭଣ୍ଡାରିପୋଖରୀ, (ଦୁର୍ଯ୍ୟୋଧନ ଲେଙ୍କା) :ଭଣ୍ଡାରିପୋଖରୀ ବ୍ଲକ ସଭାଗୃହ ମଧ୍ୟରେ ବିଡ଼ିଓ ଦେବଦତ୍ତ ଦାସଙ୍କ ଅଧ୍ୟକ୍ଷତାରେ ଶିଶୁ ସୁରକ୍ଷା ପ୍ରଶିକ୍ଷଣ ଶିବିର ଅନୁଷ୍ଠିତ ହୋଇଯାଇଛି। ଏଥିରେ ପଞ୍ଚାୟତ ସମିତି ଅଧ୍ୟକ୍ଷା ସୁମତି ସେଠୀ, ଉପାଧ୍ୟକ୍ଷ ପ୍ରଣୀତକାନ୍ତି ସାମଲ, ତହସିଲଦାର ସରୋଜକାନ୍ତ ନାୟକ, ଜିଲ୍ଲା ଶିଶୁ ମଙ୍ଗଳ ୟୁନିଟ ସଦସ୍ୟ ସୁଦର୍ଶନ ବାରିକ, ସୁବ୍ରତ ଦାସ, ଗ୍ରାମ ପଞ୍ଚାୟତ ଅଧିକାରୀ ମୀନକେତନ ବାରିକ ପ୍ରମୁଖ ଯୋଗଦେଇ ଶିଶୁ ସୁରକ୍ଷା ଉପରେ ବକ୍ତବ୍ୟ ପ୍ରଦାନ କରିଥିଲେ। ସାମ୍ପ୍ରତିକ ସମୟରେ ପଞ୍ଚାୟତ ସ୍ତରରୁ ଶିଶୁ ଶ୍ରମିକ ଉଛେଦ ହେବା ସହ ଏଦିଗରେ କଡାକଡି ଆଇନ ଲାଗୁ କରିବା ପାଇଁ ପ୍ରଶିକ୍ଷଣ ଶିବିରରେ ମତ ପ୍ରକାଶ ପାଇଥିଲା। ଏଥିରେ ୨୩ଗୋଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ଓ ଅଙ୍ଗନବାଡି କର୍ମୀଙ୍କ ସମେତ ଅନ୍ୟାନ୍ୟ ବିଭାଗୀୟ କର୍ମକର୍ତ୍ତା ମାନେ ଯୋଗଦେଇଥିଲେ। ଆଇନଜୀବୀ ଅନନ୍ତ ଗୋପାଳ ଦାସ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ପ୍ରଶିକ୍ଷଣ ପ୍ରଦାନ କରିଥିବା ବେଳେ ବ୍ଲକ ସମାଜ ମଙ୍ଗଳ ସୁରକ୍ଷା ଅଧିକାରୀ ରବିନାରାୟଣ ପାତ୍ର ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।


