ଜଳସରପଡାରେ ଅଷ୍ଟପ୍ରହର ନାମଯଜ୍ଞ
ନାଉଗାଁ, (ଯୁଗାବ୍ଦ ନ୍ୟୁଜ) :ନାଉଗାଁ ବ୍ଲକ ଅନ୍ତର୍ଗତ ଜାମୁଗାଁ ପଂଚାୟତ ଜଳସରପଡାସ୍ଥିତ ଗୋପୀନାଥ ଜୀଉ ପୀଠଙ୍କ ପରିସରରେ ଝୁଲଣଯାତ୍ରା ଉପଲକ୍ଷେ ଅଷ୍ଟପ୍ରହର ନାମଯଜ୍ଞ ଅନୁଷ୍ଠିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ନଗରକୀର୍ତନ ଉତ୍ସବ ବିଧି ଅନୁସାରେ ଅନୁଷ୍ଠିତ ହୋଇଥିଲା । ଗ୍ରାମର ଅନୁପ ମହାନ୍ତି, ସରୋଜ ମହାନ୍ତି, ଦେବେନ୍ଦ୍ର ବାରିକ, ବରେଶ ଦାସଙ୍କ ସହିତ ଗ୍ରାମବାସୀଙ୍କ ପ୍ରଚେଷ୍ଟାରେ ଅଷ୍ଟପ୍ରହର ନାମଯଜ୍ଞ କାର୍ଯ୍ୟ ଶାନ୍ତିଶୃଙ୍ଖଳାର ସହିତ ସଂପନ୍ନ ହୋଇଥିଲା ।


