ଜିଲ୍ଲା ପରିଷଦ ଉପାଧ୍ୟକ୍ଷ ହେଲେ ସ୍ୱାଧୀନ ନାୟକ 

ନିମାପଡା, (ସନ୍ତୋଷ ଦାଶ) :- ପୁରୀ ଜିଲ୍ଲା ପରିଷଦ ସମ୍ମିଳନୀ କକ୍ଷରେ ଜିଲ୍ଲା ପରିଷଦ ର ଉପାଧ୍ୟକ୍ଷ ପଦବୀ ନିମନ୍ତେ ନିର୍ବାଚନ ହୋଇଥି ଲା। ପୁରୀ ଜିଲ୍ଲାର ୩୩ ଜଣ ଜିଲ୍ଲାପରିଷଦ ଏହି ନିର୍ବାଚନରେ ଅଂଶଗ୍ରହଣ କରିଥିବା ବେଳେ ୩୦ଜଣ ଜିଲ୍ଲା ପରିଷଦ ସଭ୍ୟ/ସଭ୍ୟା ବିଜୁଜନତା ଦଳର ଓ ୩ଜଣ ବିଜେପି ଦଳର । ଏହି ନିର୍ବାଚନରେ ୮ନଂ ଜୋନରୁ ବିପୁଳ ଭୋଟ ପାଇ ନିର୍ବାଚିତ ହୋଇଥିବା ବିଜେଡ଼ି ର ଯୁବନେତା ସ୍ୱାଧୀନ ନାୟକ ଉପାଧ୍ୟକ୍ଷ ପଦବୀ ପାଇଁ ପ୍ରାର୍ଥୀପତ୍ର ଦାଖଲ କରିଥିଲେ।ନିଦ୍ବନ୍ଦରେ ସ୍ୱାଧୀନ ନାୟକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ହୋଇଥିଲେ।ଶ୍ରୀଯୁକ୍ତ ନାୟକ କାକଟପୁର ନିର୍ବାଚନ ମଣ୍ଡଳୀର ଚାଣ୍ୟକ ଭାବେ ବେଶ୍ ଜଣାଶୁଣା ପୂର୍ବତନ ମନ୍ତ୍ରୀ ବର୍ଷିୟାନ ନେତା ସୁରେନ୍ଦ୍ରନାଥ ନାୟକଙ୍କ ସୁପୁତ୍ର ଅଟନ୍ତି।ଶ୍ରୀଯୁକ୍ତ ନାୟକ ଅସ୍ତରଙ୍ଗ ବ୍ଲକରେ ଦୀର୍ଘ ଦଶ ବର୍ଷ ହେଲା ବ୍ଲକ ଅଧ୍ୟକ୍ଷ ଭାବେ ନିଜ ଗୁରୁଦାୟିତ୍ୱ ତୁଲାଇ ଆସୁଥିଲେ।ସେ ଜଣେ କର୍ମବୀର ଯୁବନେତା ଭାବେ କାକଟପୁର ନିର୍ବାଚନ ମଣ୍ଡଳୀରେ ବେଶ୍ ଜଣାଶୁଣା । ସ୍ୱାଧୀନ ନାୟକ ଉପାଧ୍ୟକ୍ଷ ଭାବେ ନିର୍ବାଚିତ ଖବର ଶୁଣି କାକଟପୁର ନିର୍ବାଚନ ମଣ୍ଡଳୀର ବିଜେଡି କର୍ମୀମାନେ ବାଣ ଫୁଟାଇ ମିଠା ବାଣ୍ଟି ଉତ୍ସବ ପାଳନକରିଥିଲେ।ଶ୍ରୀଯୁକ୍ତ ନାୟକଙ୍କୁ କାକଟପୁର ବିଧାୟକ ତଥା ରାଜ୍ୟ ଯୁବକ୍ରୀଡା ବ୍ୟାପାର ମନ୍ତ୍ରୀ ତୁଷାରକାନ୍ତି ବେହେରା, ଉତ୍କଳ ସାମ୍ୱାଦିକ ସଙ୍ଘ ର ସଭାପତି ବିଭୂତି ଭୂଷଣ କର, କାକଟପୁର ପ୍ରେସ କ୍ଲବ ସଭାପତି କମଳ ଲୋଚନ ଦିକ୍ଷୀତ ଶୁଭେଛା ଜଣାଇଥିବାବେଳେ ଓଡ଼ିଶା କର୍ମଜିବୀ ସାମ୍ବାଦିକ ସଂଘର ପୁରୀ ଜିଲ୍ଲା ସଭାପତି ଶରତ ପରିଡ଼ା, ସମ୍ପାଦକ ତ୍ରିଲୋଚନ ମିଶ୍ର, ଅସ୍ତରଙ୍ଗ ସାମ୍ୱାଦିକ ସଙ୍ଘ ସଭାପତି ପ୍ରଶାନ୍ତ କୁମାର ବାରିକ ,କାକଟପୁର ବ୍ଲକ ବିଜେଡି ସଭାପତି ପ୍ରାଣନାଥ ମଲ୍ଲିକ,ବିଧାୟକଙ୍କ ପ୍ରତିନିଧି କବିରାଜ ବିଶ୍ୱାଳ, ଜ୍ୟୋତିର୍ମୟ ଦଳାଇ,କାକଟପୁର ପଞ୍ଚାୟତ ସରପଞ୍ଚ ଅଭୟସେଠୀ,ସମାଜସେବୀ ଦିଲ୍ଲୀପ ବରାଳ , ହିମାଂଶୁଦିକ୍ଷୀତ, ଛବିପରିଡ଼ା, ବିଷ୍ଣୁବିଶ୍ଵାଳ,ପ୍ରମୁଖ ଫୁଲଗୁଛ ଦେଇ ସ୍ୱାଗତ ଜଣାଇଛନ୍ତି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ