ଦୁଇ ଦିନିଆ ଭାରତ ବନ୍ଦ ଡାକରାକୁ ଗଜପତି ଜିଲ୍ଲା ବିଭିନ୍ନ ଟ୍ରେଡ୍ ୟୁନିଅନର ସମର୍ଥନ

ପାରଳାଖେମୁଣ୍ଡି, (ତାରିଣୀ ପଣ୍ଡା) :-ବିଭିନ୍ନ କ୍ଷେତ୍ରରେ କେନ୍ଦ୍ର ସରକାରଙ୍କ ନୀତିକୁ ବିରୋଧ କରି ଦେଶର ବହୁ ଶ୍ରମିକ ସଂଗଠନର ମିଳିତ ଭାବେ ଦୁଇ ଦିନିଆ ଭାରତ ବନ୍ଦ ଡାକରାକୁ ଗଜପତି ଜିଲ୍ଲା ବିଭିନ୍ନ ଟ୍ରେଡ୍ ୟୁନିଅନ୍ ମାନେ ମିଳିତ ଭାବେ ସମର୍ଥନ ଜଣାଇ ପାଳନ କରିଥିଲେ । ଏହାର ପ୍ରଭାବରେ ଜିଲ୍ଲାରେ ସମସ୍ତ ବସ୍ ତଥା ଯାତ୍ରୀବାହୀ ଗାଡି ଚଳାଚଳ ବନ୍ଦ ରହିଥିବାବେଳେ ମାଲବାହୀ ଗାଡିଗୁଡିକ ମଧ୍ୟ ବନ୍ଦ ରହିଥିବାର ଦେଖିବାକୁ ମିଳିଥିଲା । ତେବେ ରେଳ ଚଳାଚଳ କରୁଥିବାର ଦେଖିବାକୁ ମିଳିଥିଲା । ସେହିପରି ସମସ୍ତ ବ୍ୟାଙ୍କ ସେବା ମଧ୍ୟ ବନ୍ଦ ରହିଥିଲା । ହେଲେ ଦୋକାନ ବଜାର ସମେତ ପେଟ୍ରୋଲ ପମ୍ପ, ବିଭିନ୍ନ ସରକାରୀ, ବେସରକାରୀ କାର୍ଯ୍ୟାଳୟ ଆଦି ଖୋଲା ରହିଥିଲା । ଏହି କାର୍ଯ୍ୟକ୍ରମରେ ଅସଙ୍ଗଠିତ ଶ୍ରମିକ ସଂଘର ସମ୍ପାଦକ କେଦାର ଶବରଙ୍କ ନେତୃତ୍ୱରେ ଆଇ ଏଫ୍ ଟି ୟୁର ଗଜପତି ଜିଲ୍ଲା ସମ୍ପାଦକ କାରୁଗା ଶବର, AdAS ର ରାଜ୍ୟ ସଭାପତି ଦଣ୍ଡପାଣି ରଇତ, CITUC ର ରାଜ୍ୟ କମିଟି ସଭ୍ୟ ସୁବାଷ ଚନ୍ଦ୍ର ଜେନା , ମଟର କର୍ମଚାରୀ ସଂଘ ସମ୍ପାଦକ ନରସିଂହ ମାଳ ବିଷୋୟୀ, AICCTU ର ଡି.ଶମେଶ୍ବରରାଓ , ADVGNS ର ଅନିକିୟ ଭୂୟାଁ , ଆଇନ ଜୀବି ଗୈାରି ଶଙ୍କର ମହାନ୍ତି, ରଞ୍ଜନ ମହାପାତ୍ର, ଗଙ୍ଗାବାଡ ପଞ୍ଚାୟତର ସରପଞ୍ଚ ହରିବନ୍ଧୁ କାର୍ଯୀ ପ୍ରମୁଖ ଯୋଗ ଦେଇ କେନ୍ଦ୍ର ସରକାର ମାରଣ ନୀତୀ ଉପରେ ବିଭିନ୍ନ ସ୍ଲୋଗାନମାନ ଦେଇ ଥିଲେ । ଏହା ସହିତ ଗଜପତି ଜିଲ୍ଲାର ଶ୍ରମିକ, କୃଷକ, ବିଭିନ୍ନ ୱର୍କରସ୍ ଶତାଧିକ ମହିଳା ଓ ପୁରୁଷ ମାନେ ଯୋଗ ଦେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ