ନଡ଼ିଆ ଗଛରୁ ପଡି ରାମଗଡ଼ ର ଜଣେ ଯୁବକ ମୃତ

ବୁଗୁଡ଼ା, (ଅନିଲ କୁମାର ମହାରଣା) :-ବୁଗୁଡା ଥାନା, ବାଲିପଦର ଫାଣ୍ଡି ଅନ୍ତର୍ଗତ ରାମଗଡ଼ ଗ୍ରାମର ଜଣେ ଯୁବକ ପଇଡ଼ ତୋଳିବା ପାଇଁ ନଡ଼ିଆ ଗଛରେ ଚଢୁଥିବା ସମୟରେ ଖସି ତଳେ ପଡିବା ଯୋଗୁଁ ମୃତ୍ୟୁ ବରଣ କରିଥିବା ଜଣାପଡ଼ିଛି। ଘଟଣା ରୁ ଜଣାପଡିଛି ଯେ ପୋଚାଲୁଣ୍ଡି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ରାମଗଡ଼ ଗ୍ରାମର ୩୨ ବର୍ଷ ବୟସ୍କ ଯୁବକ ସୀମାଞ୍ଚଳ ନାୟକ ଓରଫ ରାବଣା ମାର୍ଚ୍ଚ ୨୮ ତାରିଖ ଦିନ ସକାଳ ପ୍ରାୟ ୯ ଟା ସମୟରେ ପଇଡ଼ ତୋଳିବା ପାଇଁ ଏକ ନଡ଼ିଆ ଗଛରେ ଚଢ଼ୁ ଥିବା ସମୟରେ ହଠାତ ତଳକୁ ଖସିପଡି ଥିଲା। ଗ୍ରାମ ଲୋକେ ସଙ୍ଗେ ସଙ୍ଗେ ସୀମାଞ୍ଚଳଙ୍କୁ ବୁଗୁଡା ମେଡିକାଲକୁ ଚିକିତ୍ସା ପାଇଁ ଭର୍ତ୍ତି କରାଯାଇଥିଲା। ହେଲେ ଡାକ୍ତର ମୃତ୍ୟୁ ଘୋଷଣା କରିଥିଲେ। ଖବର ପାଇ ବାଲିପଦର ଫାଣ୍ଡି ଓଆଇସି ପୂର୍ଣ୍ଣଚନ୍ଦ୍ର ପ୍ରଧାନ ମେଡିକାଲରେ ପହଞ୍ଚି ଶବ ଜବତ କରିବା ସହ ବୁଗୁଡା ଥାନା ଅପମୃତ୍ୟୁ ମାମଲା ୧୦/୨୨ ପ୍ରକାରେ ପଞ୍ଜିକୃତ କରି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲେ। ଶବ ବ୍ୟବଚ୍ଛେଦ ପରେ ପରିବାର ଲୋକଙ୍କୁ ଶବ ହସ୍ତାନ୍ତର କରାଯାଇଥିବା ଜଣାପଡିଛି I

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ