ପଢ଼ିଆରିପଲ୍ଲୀ ସ୍କୁଲର ପ୍ରଧାନଶିକ୍ଷକଙ୍କୁ ବିଦାୟ ସମ୍ବର୍ଦ୍ଧନା

ହାଟଡିହି, (ବିକାଶ ବିଶ୍ୱାଳ) :ହାଟଡିହି ବ୍ଲକ ପଢ଼ିଆରିପଲ୍ଲୀ ନୋଡାଲ ସ୍କୁଲର ପୁର୍ବତନ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ନାୟକଙ୍କ ବିଦାୟ ସମ୍ବର୍ଦ୍ଧନା ଉତ୍ସବ ମହା ସମାରୋହରେ ଅନୁଷ୍ଠିତ ହୋଇଯାଇଛି । ବିଦ୍ୟାଳୟର ବର୍ତ୍ତମାନର ପ୍ରଧାନ ଶିକ୍ଷକ ସୁରେନ୍ଦ୍ର ନାଥ ରାଉତଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ ମୁଖ୍ୟ ଅତିଥି ଭାବେ ପଢ଼ିଆରିପଲ୍ଲୀ ପଞ୍ଚାୟତର ସରପଞ୍ଚ ଅଜିତ କୁମାର ରାଉତ, ମୁଖ୍ୟ ବକ୍ତା ଭାବେ ଅଲୋଷ୍ଟାର ସାଧାରଣ ସମ୍ପାଦକ ସୁକାନ୍ତ କୁମାର ବେହେରା, ବିଶିଷ୍ଟ ଅତିଥି ଭାବେ ଅଲୋଷ୍ଟାର ଯୁଗ୍ମ ସମ୍ପାଦକ ମାଧବାନନ୍ଦ ପଣ୍ଡା, ସମ୍ମାନୀତ ଅତିଥି ଏବିଇଓ ଧନେଶ୍ୱର ଖଣ୍ଡେଇ, ଏବିଇଓ ମଞ୍ଜୁଲତା ରାଉତ, ଅଲୋଷ୍ଟାର ଜିଲ୍ଲା ସଭାପତି ଅଭୟ କୁମାର ଜେନା, ଶିକ୍ଷକ ନେତା ନାରାୟଣ ଚନ୍ଦ୍ର ଲେଙ୍କା, ବ୍ରହ୍ମାନନ୍ଦ ମହାରଣା, ମୋ ସ୍କୁଲ ଅଭିଯାନର ସଭାପତି ବୃନ୍ଦାବନ ରାଉତ, ପିଟିଏ କମିଟି ସଭାପତି ପ୍ରମୋଦ କୁମାର ରାଉତ ପ୍ରମୁଖ ଯୋଗଦେଇ ଶିକ୍ଷକ ମାନଙ୍କ ସ୍କୁଲ ପ୍ରତି ଆନ୍ତରିକତା ରହିଲେ ବିଦ୍ୟାଳୟର ଉନ୍ନତି ହେବା ସହ ଛାତ୍ରଛାତ୍ରୀଙ୍କ ଶିକ୍ଷାର ମାନବୃଦ୍ଧି ଘଟି ପାରିବ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଅବସରପ୍ରାପ୍ତ ପ୍ରଧାନ ଶିକ୍ଷକ ପ୍ରଫୁଲ କୁମାର ନାୟକ ହେଉଛନ୍ତି ଏହାର ଉଦାହରଣ, ସେ ବିଦ୍ୟାଳୟର ବିକାଶ ପାଇଁ ନିଜକୁ ସମର୍ପିତ କରିବା ସହିତ ଛାତ୍ରଛାତ୍ରୀଙ୍କ ଶିକ୍ଷାଦାନର ମାନବୃଦ୍ଧି ଉପରେ ସବୁବେଳେ ଗୁରୁତ୍ୱ ଦେଉଥିଲେ ବୋଲି ଅତିଥି ମାନେ ମତବ୍ୟକ୍ତ କରିଥିଲେ । ଏହି ଅବସରରେ ବିଦ୍ୟାଳୟ ପକ୍ଷରୁ ତାଙ୍କୁ ମାନପତ୍ର, ଉତ୍ତରୀୟ ଓ ପୁଷ୍ପଗୁଚ୍ଛ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ଛାତ୍ରଛାତ୍ରୀ ଓ ସହକର୍ମୀ ମାନେ ବିଦାୟୀ ଶିକ୍ଷକଙ୍କ ଗୁଣଗାନ କରିବା ସହିତ ତାଙ୍କର ଅବସର ସମୟ ସୁଖମୟ ହେଉ ବୋଲି ପ୍ରାର୍ଥନା କରିଥିଲେ । ସହକାରୀ ଶିକ୍ଷକ ଜଗନ୍ନାଥ ସାହୁ, ଶିକ୍ଷୟତ୍ରୀ ବିଶ୍ୱଜିତା ରାଉତ, ଭାଗ୍ୟଶ୍ରୀ ବାରିକ, ଲିସାମୁଦ୍ରା ସାହୁ, ବିଦ୍ୟାଳୟର ପୁର୍ବତନ ଶିକ୍ଷକ ରାମକୃଷ୍ଣ ନାୟକ, ମାଧବାନନ୍ଦ ପାଣିଗ୍ରାହୀ, ଅଭିମନ୍ୟୁ ବେହେରା, ସତ୍ୟନାରାୟଣ ଜେନା ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିବାବେଳେ ଗ୍ରାମବାସୀମାନେ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ