ନବନିର୍ବାଚିତ ପୌରାଧ୍ୟକ୍ଷା ନିର୍ମଳା ସେଠୀଙ୍କ ଦାୟିତ୍ୱ ଗ୍ରହଣ

ପାରଳାଖେମୁଣ୍ଡି, (ତାରିଣୀ ପ୍ରସାଦ ପଣ୍ଡା) : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ପୌରପରିଷଦର ନବନିର୍ବାଚିତ ପୌରାଧ୍ୟକ୍ଷା ନିର୍ମଳା ସେଠୀ ଦାୟିତ୍ୱଭାର ଗ୍ରହଣ କରିଥିବାର ଜଣାପଡିଛି | ଦାୟିତ୍ୱ ଗ୍ରହଣ ପୂର୍ବରୁ ଶ୍ରୀମତୀ ସେଠୀ ବିଜେଡି ଜିଲ୍ଲା ସଭାପତି ପ୍ରଦୀପ ନାୟକ, ଉପସଭାପତି ଲକ୍ଷ୍ମୀକାନ୍ତ ପରିଚ୍ଛା, ପୂର୍ବତନ ଜିଲ୍ଲାସଭାପତି ବସନ୍ତ ଦାସ, ବରିଷ୍ଠ ବିଜେଡି ନେତା ଜମିଦାର ପଟ୍ଟନାୟକ ପ୍ରମୁଖ ଦଳୀୟ ନେତୃବୃନ୍ଦଙ୍କ ସହ ଏକ ପଟୁଆରରେ ବାହାରି ମହାରାଜା କୃଷ୍ଣଚନ୍ଦ୍ରଗଜପତି ନାରାୟଣ ଦେବ ଏବଂ ବିଜୁ ପଟ୍ଟନାୟକଙ୍କ ପ୍ରତିମୂର୍ତ୍ତୀରେ ପୁଷ୍ପମାଲ୍ୟ ଅର୍ପଣ କରିବା ପରେ ପୌରପରିଷଦ କାର୍ଯ୍ୟାଳୟ ଠାରେ ପହଞ୍ଚିଥିଲେ | ସେଠାରେ ପୌରନିର୍ବାହୀ ଅଧିକାରୀ ଜ୍ଞାନରଂଜନ ମାଝୀଙ୍କ ସମେତ ପୌରଯନ୍ତ୍ରୀ ଓ ସମସ୍ତ କର୍ମଚାରୀ ନୂତନ ଅଧ୍ୟକ୍ଷାଙ୍କୁ ସ୍ବାଗତ କରିବା ସହ ଅଧ୍ୟକ୍ଷାଙ୍କ କାର୍ଯ୍ୟାଳୟ କକ୍ଷକୁ ପାଛୋଟି ନେଇଥିଲେ | ପୂଜାର୍ଚ୍ଚନା ପରେ ଆସନ ଅଳଙ୍କୃତ କରିଥିଲେ ନୂତନ ଅଧ୍ୟକ୍ଷା ନିର୍ମଳା | ସହରର ବିଭିନ୍ନ ମହଲ ତଥା ସମସ୍ତ ବର୍ଗର ଲୋକେ ପହଞ୍ଚି ପୁଷ୍ପଗୁଚ୍ଛ ଦେବା ସହ ସ୍ବାଗତ କରାଯାଇଥିଲା | ଏହି କାର୍ଯ୍ୟକ୍ରମରେ ଅନ୍ୟମାନଙ୍କ ମଧ୍ୟରେ ବିଜେଡିର ସମସ୍ତ ୧୪ ନବନିର୍ବାଚିତ କାଉନସିଲର, ବିଜେଡି ନେତା ଭାରତ ଭୂଷଣ ମହାନ୍ତି, ବି. ପ୍ରଦୀପ, ସୁଦ୍ଧିରଂଜନ ମହାପାତ୍ରଙ୍କ ସମେତ ଜିଲ୍ଲା ବିଜେଡି ନେତୃବୃନ୍ଦ ଉପସ୍ଥିତ ଥିବାର ଦେଖିବାକୁ ମିଳିଥିଲା | ସୂଚନା ଯୋଗ୍ୟ ଯେ, ସଦ୍ୟସମାପ୍ତ ପୌର ନିର୍ବାଚନରେ ପାରଳାଖେମୁଣ୍ଡି ପୌରଧ୍ୟକ୍ଷା ଭାବେ ନିର୍ମଳା ସେଠୀଙ୍କ ସନମତ ସମସ୍ତ ୧୬ଗୋଟି ୱାର୍ଡ ମଧ୍ୟରୁ ୧୪ଗୋଟିରେ ବିଜେଡି କାଉନସିଲର ପ୍ରାର୍ଥୀପ୍ରାର୍ଥୀନୀ ମାନେ ବିଜୟ ହାସଲ କରି ଏକତରଫା ଭାବେ ନିର୍ବାଚନ ବାଜିମାରି ନେଇଥିଲେ | ପାରଳା ପୌରପରିଷଦରେ ଦ୍ବିତୀୟ ଥର ପାଇଁ ବିଜେଡି ପୌରାଞ୍ଚଳ ଦଖଲ କରିଛି | ଅନ୍ୟପକ୍ଷରେ ନୂତନ ଅଧ୍ୟକ୍ଷା ଓ କାଉନସିଲର ମାନେ ଅଞ୍ଚଳର ସମସ୍ୟାମାନେ ପ୍ରତି ଧ୍ୟାନ ଦେଇ କାର୍ଯ୍ୟକରିବେ ବୋଲି ପାରଳା ଜନସାଧାରଣ ଆସ୍ଥା ପ୍ରକଟ କରିଛନ୍ତି | ଦେଖିବାକୁ ରହିଲା ନିର୍ବାଚିତ ଏହି ଟିମ୍ ଆସନ୍ତା ୫ବର୍ଷ ମଧ୍ୟରେ ସହରର ବିକାଶ କ୍ଷେତ୍ରରେ କିଭଳି କାର୍ଯ୍ୟକରିବେ |

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ