ସୁନାହାର ଫେରାଇଲେ ସ୍ୱେଚ୍ଛାସେବୀ

କେନ୍ଦ୍ରାପଡା, (ଚିତ୍ତରଞ୍ଜନ ଦାସ) :କେନ୍ଦ୍ରାପଡ଼ା ବ୍ଲକ ଅନ୍ତର୍ଗତ ଇନ୍ଦୁପୁର ପଞ୍ଚାୟତରେ ଚାଲିଥିବା ବାରୁଣୀ ମେଳାରେ ବୁଡ ପକାଇବାକୁ ଆସିଥିବା ଜଣେ ମହିଳାଙ୍କ ହଜିଯାଇଥିବା ସୁନାହାର ଫେରାଇ ସ୍ୱେଚ୍ଛାସେବୀ ଗୌତମ କୁମାର ସାହୁ ଚର୍ଚ୍ଚାକୁ ଆସିଛନ୍ତି । ତାଙ୍କୁ ପୋଲିସ ପ୍ରଶାସନ ଓ ଜନସାଧାରଣ ବେଶ ପ୍ରସଂଶା କରିବା ସହ ସାଧୁବାଦ ଜଣାଇଛନ୍ତି । ସୂଚନା ଅନୁଯାୟୀ ଇନ୍ଦୁପୁରକୁ ବାରୁଣୀ ବୁଡ଼ ପକାଇବାକୁ ଭଦ୍ରକ ଧାମନଗରୁ ସନ୍ଧ୍ୟାରାଣୀ ନାୟକ ନାମକ ଜଣେ ମହିଳା ଆସିଥିଲେ । ସନ୍ଧ୍ୟାରାଣୀଙ୍କ ବାପଘର ନିକିରାଇରେ ହୋଇଥିବା ବେଳେ ତାଙ୍କ ଶାଶୁଘର ଭଦ୍ରକରେ । ବାରୁଣୀ ବୁଡ଼ ପାଇଁ ସେ ବାପ ଘରକୁ ଆସିଥିଲେ । ସେ ବ୍ରାହ୍ମଣୀ ନଦୀରେ ବୁଡ଼ ପକାଇବା ବେଳେ ତାଙ୍କ ସୁନାହାର କେଉଁଆଡେ ହଜି ଯାଇଥିବା ସେ ଜାଣିବାକୁ ପାଇଥିଲେ । ସ୍ୱେଚ୍ଛାସେବୀ ଗୌତମ କୁମାର ସାହୁ ମେଳାରେ ସ୍ୱେଚ୍ଛାସେବୀ କାର୍ଯ୍ୟ କରୁଥିଲେ । ଏହି ସମୟରେ ସେ ଏକ ସୁନାହାର ପାଇଥିଲେ । ଏହାକୁ ନେଇ ସେ ସ୍ଥାନୀୟ ପୋଲିସକୁ ଦେଇଥିଲେ । ପଟ୍ଟାମୁଣ୍ଡାଇ ଏସ୍‌ଡିପିଓ ସନ୍ଧ୍ୟାରାଣୀ ବେହେରାଙ୍କ ଉପସ୍ଥିତିରେ ସୁନାହାର ହଜିଥିବା ମହିଳା ତାଙ୍କ ସୁନାହାର ଫେରି ପାଇଥିଲେ । ଏ ନେଇ ଏସ୍‌ଡିପିଓ ଗୌତମଙ୍କୁ ବେଶ ପ୍ରସଂଶା କରିଥିଲେ । ଗୌତମଙ୍କ ଏହି କାର୍ଯ୍ୟକୁ ସମାଜିକ ଗଣମାଧ୍ୟମରେ ବେଶ ପ୍ରସଂଶା କରାଯାଇଛି ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ