ବରିଷ୍ଠ ନାଗରିକଙ୍କ ପାଇଁ ଆଇନ ସଚେତନତା ଶିବିର

କନ୍ଧମାଳ, (ସଞ୍ଜୟ  ରିଖରେ ପାଣିଗ୍ରାହୀ) :କନ୍ଧମାଳ ଜିଲ୍ଲା ଆଇନ ସେବା ପ୍ରାଧିକରଣ ତରଫରୁ ବରିଷ୍ଠ ନାଗରିକଙ୍କ ପାଇଁ ସ୍ଥାୟୀ ଓ ନିରନ୍ତର ଲୋକ ଅଦାଲତର କାର୍ଯ୍ୟ କାରୀତା ସମ୍ପର୍କରେ ଆଲୋଚନା କରାଯାଇଥିଲା। ଏହି ଅବସରରେ ସ୍ଥାୟୀ ଅଦାଲତର ବିଚାରପତି ସନ୍ତୋଷ କୁମାର ନାୟକ ଯୋଗଦେଇ ସାଧାରଣ ସେବା କ୍ଷେତ୍ରରେ ଦେଖାଯାଉଥିବା ତୃଟି ବିଚ୍ୟୁତି ର ସମାଧାନ ନିମନ୍ତେ ହିତାଧିକାରୀ କିପରି ଆଇନଗତ ସୁବିଧା ନେଇ ପାରିବେ, ସେ ସମ୍ପର୍କରେ ବିଶଦ ଆଲୋଚନା କରିଥିଲେ। ଏହି ଅବସରରେ ଲୋକଙ୍କ ଅଧିକାରର ସୁରକ୍ଷା ପାଇଁ ସ୍ଥାୟୀ ଅଦାଲତର ଗୁରୁତ୍ଵ ସମ୍ପର୍କରେ ଉପସ୍ଥିତ ଶ୍ରୋତାଙ୍କ ତରଫରୁ ଉତଥାପିତ ପ୍ରଶ୍ନର ଉତ୍ତର ରଖାଯାଇଥିଲା। ସ୍ଥାୟୀ ଅଦାଲତ ର ଅନେକ ସଫଳତାର କାହାଣୀ ଉପସ୍ଥାପନ କରିଥିଲେ ବରିଷ୍ଠ ଆଇନଜୀବୀ ବିଜୟ କୃଷ୍ଣ ପଟ୍ଟନାୟକ। ଆଇନସେବା ପ୍ରାଧିକରଣ ସଚିବ ଶ୍ରୀମତୀ ରମାଦେବୀ ସୋରେନ୍ ସ୍ଵାଗତ ଭାଷଣ ଦେବା ସହ ସ୍ଥାୟୀ ଅଦାଲତର ଲକ୍ଷ୍ୟ ଓ ଆଭିମୁଖ୍ୟ ସମ୍ପର୍କରେ ସୂଚନା ଦେଇଥିଲେ। ଅନ୍ୟମାନଙ୍କ ମଧ୍ୟରେ ବରିଷ୍ଠ ନାଗରିକ ସଂଘର କର୍ମକର୍ତ୍ତା ସର୍ବେଶ୍ଵର ମିଶ୍ର, ରାଜକିଶୋର ବେହେରା, ଲକ୍ଷ୍ମୀ ନାରାୟଣ ଦୋରା ପ୍ରମୁଖ ଆଲୋଚନା ରେ ଭାଗ ନେଇ ଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ