ପରୀକ୍ଷା ପେ ଚର୍ଚ୍ଚାକୁ ନେଇ ବିଦ୍ୟାଳୟ ଅଧ୍ୟକ୍ଷଙ୍କ ସାମ୍ବାଦିକ ସମ୍ମିଳନୀ

କୋଣାର୍କ, (ଗଣେଶ ଚନ୍ଦ୍ର ବେହେରା) :ଭାରତ ସରକାରଙ୍କ ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ଦ୍ଵାରା ପରିଚାଳିତ କୋଣାର୍କ ସ୍ଥିତ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଆସନ୍ତା ଏପ୍ରିଲ ୧ତାରିଖରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ହେବାକୁ ଥିବା ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ନିମନ୍ତେ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କରଙ୍କ ଅଧ୍ୟକ୍ଷତାରେ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଖବରରୁ ପ୍ରକାଶ ଯେ ଆସନ୍ତା ଏପ୍ରିଲ ୧ତାରିଖ ଦିନ ଭାରତବର୍ଷର ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ଦାମୋଦରଦାସ ମୋଦୀଜୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ନୂଆଦିଲ୍ଲୀ ଠାରେ ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ଏହି ପରିପ୍ରେକ୍ଷୀରେ ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଏହି କାର୍ଯ୍ୟକ୍ରମର ଆଭିମୁଖ୍ୟ ସମ୍ପର୍କରେ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର ସାମ୍ବାଦିକ ସମ୍ମିଳନୀ ମାଧ୍ୟମରେ କାର୍ଯ୍ୟକ୍ରମ ର ଆଭିମୁଖ୍ୟ ସମ୍ପର୍କରେ ଆଲୋକପାତ କରିଥିଲେ। ଗତ ୨୦୧୮ ମସିହା ଠାରୁ ଏହି କାର୍ଯ୍ୟକ୍ରମଟି ପରୀକ୍ଷଣ ଯୋଦ୍ଧା ଆନ୍ଦୋଳନର ଅଂଶ ବିଶେଷ ଭାବରେ ଚାଲୁ ରହିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଭବିଷ୍ୟତ ର ଯୁବପିଢି ଓ ସମାଜ ପାଇଁ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ବାର୍ଷିକ ଲୋକପ୍ରିୟ କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ପିତା ମାତା, ଶିକ୍ଷକ, ଶିକ୍ଷୟତ୍ରୀ ଓ ସମାଜକୁ ଏକ ପ୍ଲାଟଫର୍ମ ମାଧ୍ୟମରେ ଐକବଦ୍ଧ ଭାବେ ଏକତ୍ରୀତ କରିବାର ଏକ ମାଧ୍ୟମ ହେଉଛି ପରୀକ୍ଷା ପେ ଚର୍ଚ୍ଚା କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ ମାନଙ୍କ ମନରୁ ପରୀକ୍ଷା ସମ୍ପର୍କିତ ଭୟର ଦୂରୀକରଣ, ମାନସିକ ଚାପରୁ ମୁକ୍ତି କରିବା ଦିଗରେ ଏହି କାର୍ଯ୍ୟକ୍ରମ ସର୍ବଦା ଚେଷ୍ଟିତ । ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ରଛାତ୍ରୀ, ପିତା ମାତା, ଶିକ୍ଷକ, ଶିକ୍ଷୟତ୍ରୀ ମାନଙ୍କ ସହିତ ମାନ୍ଯବର ପ୍ରଧାନମନ୍ତ୍ରୀ ପ୍ରତ୍ୟକ୍ଷ ଭାବରେ ବାର୍ତ୍ତାଳାପ କରିବା ଛାତ୍ରଛାତ୍ରୀ ମାନଙ୍କ ଦୃଢ଼ ଇଚ୍ଛାଶକ୍ତି ବୃଦ୍ଧି କରିବାରେ ସହାୟକ ହୋଇପାରିଛି। ଏହି କାର୍ଯ୍ୟକ୍ରମ ମାଧ୍ୟମରେ ପରୀକ୍ଷା ଫଳ ଓ ପରୀକ୍ଷା ସହିତ ଜଡିତ ସମସ୍ତ ବିଧିକୁ ଅତିକ୍ରମ କରି ପ୍ରତ୍ୟେକ ଶିଶୁର ଅନନ୍ଯ ଗୁଣକୁ ବିକାଶ କ୍ଷେତ୍ରରେ ସଫଳତା ପ୍ରଦାନ କରିଥାଏ। ଆଜି ଜବାହାର ନବୋଦୟ ବିଦ୍ୟାଳୟ ଠାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିଥିଲେ। ଆସନ୍ତା ଏପ୍ରିଲ ୧ ତାରିଖ ନୂଆଦିଲ୍ଲୀ ସ୍ଥିତ ତାଲକୋଟ୍ରା ଷ୍ଟାଡିୟମ ଠାରେ ପୂର୍ବାହ୍ନ ୧୧ଘଟିକା ସମୟରେ ମାନ୍ୟବର ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଏହାର ଶୁଭାରମ୍ଭ ହେବା ସହ ଏଥିରେ ୨ହଜାରରୁ ଉର୍ଦ୍ଧ୍ବ ଛାତ୍ର ଛାତ୍ରୀ ଯୋଗଦାନ କରିବେ ବୋଲି କୋଣାର୍କ ଜବାହର ନବୋଦୟ ବିଦ୍ୟାଳୟର ଅଧ୍ୟକ୍ଷ ନୃସିଂହ ଚରଣ କର କେନ୍ଦ୍ର ସରକାରଙ୍କ କାର୍ଯ୍ୟକ୍ରମ ସମ୍ପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ପ୍ରଦାନ କରିଥିଲେ ।
Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ