ରାଇରଙ୍ଗପୁର ଠାରେ ଅନୁଷ୍ଠିତ ବିଶ୍ୱ କଲ୍ୟାଣ ମହାଯଜ୍ଞର ପୂର୍ଣ୍ଣାହୁତି କାର୍ଯ୍ୟ ସମ୍ପନ୍ନ

ରାଇରଙ୍ଗପୁର, (ଅକ୍ଷ୍ୟ କୁମାର ବିଶ୍ୱାଳ) :-ଓଡ଼ିଶା ବ୍ରାହ୍ମଣ ମହାସଂଘ ରାଇରଙ୍ଗପୁର ଶାଖା ଦ୍ୱାରା ୨୮ ତାରିଖରୁ ଆରମ୍ଭ ହୋଇଥିବା ଚାରିଦିନ ବ୍ୟାପି “ବିଶ୍ୱ କଲ୍ୟାଣ ମହାଯଜ୍ଞ”ର ଆଜି ପୂର୍ଣ୍ଣାହୁତି ସମ୍ପନ୍ନ କରାଯାଇଛି।ପ୍ରଥମେ ସୂର୍ଯ୍ୟ ପୂଜା ପୂର୍ବକ ଯଜ୍ଞ କାର୍ଯ୍ୟ ପୂଜା, ଷୋଡଶ ଅଧ୍ୟାୟ ଗୀତା ପାଠ , ଗୋପୂଜନ ସହ ଶତାଧିକ ଭକ୍ତଙ୍କ ଉପସ୍ଥିତିରେ ପୂର୍ଣ୍ଣାହୁତି ପ୍ରଦାନ କରାଗଲା । ପଣ୍ଡିତ ମାନସ କୁମାର ଦାଶ ଏବଂ ସାଥୀଙ୍କ ଦ୍ୱାରା ଯଜ୍ଞ କାର୍ଯ୍ୟ ସମାପନ କରାଯାଇଥିଲା ଏବଂ ସମସ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା କରାଯାଇଥିଲା।ଉକ୍ତ ଧାର୍ମିକ କାର୍ଯ୍ୟରେ ସାହାଯ୍ୟ ସହଯୋଗ କରିଥିବା ଅଗଣିତ ହୃଦୟବାନ ବ୍ୟକ୍ତି ବୃନ୍ଦଙ୍କୁ ବ୍ରାହ୍ମଣ ମହାସଂଘର ସଭାପତି ଗଣେଶ ମିଶ୍ର, ମୂଖ୍ୟ କର୍ତ୍ତା ଈଶ୍ୱର ପ୍ରହରାଜ, ବିଶ୍ୱଜ୍ୟୋତି ପ୍ରହରାଜ, ସଂଯୋଜକ ନୃସିଂହ ଚରଣ ଦାଶ, ଉପସଭାପତି କୋଟି ପଣ୍ଡା, ସମ୍ପାଦକ ସୁଶାନ୍ତ ଶର୍ମା, ଉପଦେଷ୍ଟା ଧୁଳିଆ ନନା, ତରୁଣ କୁମାର ନନ୍ଦ, ସୁବାସିନୀ ନନ୍ଦ, ମିନାକ୍ଷୀ ଶର୍ମା, କ୍ରିଷ୍ଣା ଶର୍ମା, ଅମିତ ଶର୍ମା, ପଣ୍ଡିତ ସମୀର ଦାଶ, ପ୍ରଶାନ୍ତ ଶତପଥୀ, ଜନ ରଞ୍ଜନ ଦାଶ, ଜୟକୃଷ୍ଣ ଦାଶ, ରବି ହୋତା, ଟିକୁ ହୋତା, ଗୌତମ ଶର୍ମା, ଅଞ୍ଜନା କବି, ରାଜେଶ ଶର୍ମା, ଟନୀ ପଣ୍ଡା, ଅର୍ଧେନ୍ଦୁ ରଥ, ଶିଶିର ପଣ୍ଡା, ଦାମଦର ପଣ୍ଡା ସହ ସମସ୍ତ ସଦସ୍ୟ ସ୍ଥାନୀୟ ପୋଲିସ, ପ୍ରଶାସନ, ସାମ୍ବାଦିକ ବନ୍ଧୁ ଓ ସମସ୍ତ ଜନ ସାଧାରଣଙ୍କୁ ଯଜ୍ଞର ସଫଳତା ପାଇଁ ଧନ୍ୟବାଦ ପ୍ରଦାନ କରିଛନ୍ତି।ସୂଚନା ଯୋଗ୍ୟ ଆଜିର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମରେ ରାଇରଙ୍ଗପୁର ପୌରପରିଷଦର ଚେୟାରମ୍ୟାନ ଅଭିଷେକ ପଟ୍ଟନାୟକ, ଆଦିବାସୀ ନେତା ଚକ୍ରଧର ହେମ୍ବ୍ରମ, ସମାଜସେବୀ ଡଃ ଟି.କେ ଗୁପ୍ତା, ଲାଲ ବାବୁ ସାହୁ, ପ୍ରଫୁଲ୍ଲ ସାହୁ,ଜିଲ୍ଳା ପରିଷଦ ସଦସ୍ୟ ସଚ୍ଚିଦାନନ୍ଦ ମହାନ୍ତ, ଛାତ୍ର ନେତା ବିକାଶ ମହାନ୍ତ, ଅଧ୍ୟାପକ ବିଜୟ ରାମ, ଯୁବନେତା ରଞ୍ଜନ ମହାନ୍ତ ପ୍ରମୁଖ ଉପସ୍ଥିତ ରହି ବ୍ରାହ୍ମଣ ମାନଙ୍କ ଆଶୀର୍ବାଦ ନେଇଥିଲେ ।

Spread the love

Leave a Reply

Your email address will not be published. Required fields are marked *

Advertisement

ଏବେ ଏବେ